Categories: ଖେଳ

ଅଷ୍ଟ୍ରେଲିଆକୁ ହରାଇ ଭାରତର ବିଶ୍ୱକପ୍‌ ଅଭିଯାନ ଆରମ୍ଭ

ଚେନ୍ନାଇ,୮।୧୦: ଏମ୍‌ଏ ଚିଦାମ୍ବରମ୍‌ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ ବିଶ୍ୱକପ୍‌ର ପଞ୍ଚମ ମ୍ୟାଚ୍‌ରେ ବିରାଟ କୋହଲି ଏବଂ କେ.ଏଲ୍‌ ରାହୁଲଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ବିଶ୍ୱକପରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୧୯୯ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଫଳରେ ଭାରତ ଆଗରେ ୨୦୦ ରନ୍‌ର ବିଜୟ ଟାର୍ଗେଟ ରଖିଥିଲା। ଜବାବରେ ଭାରତ ୪୧.୨ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ଅଷ୍ଟ୍ରେଲିଆ ବୋଲର ଭାରତକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ମାତ୍ର ୨ ରନ୍‌ରେ ଭାରତ ୩ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ରୋହିତ ଶର୍ମା, ଇଶାନ କିଷନ ଏବଂ ଶ୍ରେୟସ ଆୟର ଖାତା ଖୋଲିପାରି ନ ଥିଲେ। ଏଭଳି ସ୍ଥିତିରେ ଭାରତ ପାଇଁ ବିରାଟ କୋହଲି ଏବଂ କେ.ଏଲ୍‌ ରାହୁଲ ସଙ୍କଟମୋଚକ ସାଜିଥିଲେ। ଉଭୟ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିରାଟ ୮୫ ରନ୍‌ର ମହତ୍ୱପୂର୍ଣ୍ଣ ଇଂନିସ୍‌ ଖେଳିଥିବା ବେଳେ ରାହୁଲ ଅପରାଜିତ ୯୭ ରନ୍‌ର ଦମଦାର୍‌ ଇଂନିସ୍‌ ଖେଳିଥିଲେ। ଫଳରେ ଭାରତ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। କେ.ଏଲ୍‌ ରାହୁଲ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

Share