Categories: ଖେଳ

ଭାରତ ୭ ଓ୍ବିକେଟରେ ଜିତିଲା…

ଅହମଦାବାଦ,୧୪।୧୦ : ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ବିଶ୍ୱକପ ୨୦୨୩ର ୧୨ତମ ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲେ। ପାକିସ୍ତାନ ଦଳ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ବ୍ୟାଟିଂ କରି ୪୨.୫ ଓଭରରେ ୧୦ ଓ୍ବିକେଟ ହରାଇ ୧୯୧ ରନ କରିଥିଲା। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୯୨ ରନ ରହିଥିଲା।

ଧାର୍ଯ୍ୟ ଳକ୍ଷ୍ୟର ପିଛା କରି ଭାରତ ୩୦.୩ ଓଭରରେ ୩ ଓ୍ବିକେଟ ହରାଇ ୧୯୨ ରନ କରିଥିଲା।
ଭାରତ ପକ୍ଷରୁ ରୋହିତ ଶର୍ମା ୮୬ ରନ କରିଥିବାବେଳେ ଶୁବମାନ ଗିଲ ୧୬ ରନ,ବିରାଟ କୋହଲି ୧୬ ରନ, ଶ୍ରେୟଶ ଆୟର ୫୩, କେଏଲ ରାହୁଲ ୧୯ ରନ କରିଥିଲେ।

ପାକିସ୍ତାନ ପକ୍ଷରୁ ଅବଦୁଲା ଶାଫିକ ୨୦ ରନ କରିଥିବା ବେଳେ ଇମାମ ମୁଲ ହକ ୩୬, ବାବର ଆଜମ ୫୦, ମହମ୍ମଦ ରିଜଓ୍ବାନ ୪୯, ହାସନ ଅଲ୍ଲୀ ୧୨ ରନ କରିଥିଲେ।

Share