Categories: ଖେଳ

୪-୧ରେ ଭାରତର ସିରିଜ ବିଜୟ

ଲଡରହିଲ,୭।୮: ଫ୍ଲୋରିଡାରେ ଖେଳାଯାଇଥିବା ଟି-୨୦ ସିରିଜର ରବିବାର ଅନ୍ତିମ ମ୍ୟାଚରେ ଭାରତ ୮୮ ରନ୍‌ରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୪-୧ରେ କବ୍‌ଜା କରି ନେଇଛି। ଭାରତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୭ ଉଇକେଟ ହରାଇ ୧୮୮ ରନ୍‌ କରିଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୯ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ଟିମ୍‌ ଇଣ୍ଡିଆ। ହେଲେ ଓ୍ବେଷ୍ଟଇଣ୍ଡିଜ ୧୫ ଓଭର ୪ ବଲ୍‌ରେ ୧୦୦ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା।

Share