Categories: ଖେଳ

ସିରିଜ୍‌କୁ ଆଗୁଆ କବ୍‌ଜା କଲା ଭାରତ

ଇନ୍ଦୋର,୨୪।୯: ଇନ୍ଦୋରର ହୋଲକାର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୯୯ ରନ୍‌ରେ ବିଜୟୀ ହୋଇଛି। ଫଳରେ ୨-୦ରେ ଅଗ୍ରଣୀ ହୋଇ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେଇଛି।

ଶୁବମନ୍‌ ଗିଲ ଏବଂ ଶ୍ରେୟସ ଆୟରଙ୍କ ଦମ୍‌ଦାର ଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୫ ଉଇକେଟ ହରାଇ ୩୯୯ ରନ୍‌ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ୪୦୦ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଥିଲା।

ଜବାବରେ ୯ ଓଭରରେ ଅଷ୍ଟ୍ରେଲିଆ ୨ ଉଇକେଟ ହରାଇ ୫୬ ରନ୍‌ କରିଥିବା ବେଳେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ମ୍ୟାଚକୁ ୩୩ ଓଭର ବିଶିଷ୍ଟ କରାଯାଇ ବିଜୟ ଲକ୍ଷ୍ୟ ଲାଗି ୩୧୭ ରନ୍‌ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨୧୭ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ସନ୍‌ ଆବୋଟ (୫୪) ଓ ଡେଭିଡ ଓ୍ବାର୍ନର (୫୩)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଅଷ୍ଟ୍ରେଲିଆ ବ୍ୟାଟର ଭାରତୀୟ ବୋଲରଙ୍କୁ ମୁକାବିଲା କରିପାରି ନ ଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ଟି ଲେଖାଏ ଉଇକେଟ ନେଇଥିଲେ।

Share