Categories: ଖେଳ

ସହଜ ବିଜୟ ହାସଲ କଲା ଭାରତ

ଜୋହାନ୍ସବର୍ଗ,୧୭।୧୨: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୧୬ ରନ ସ୍କୋର କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨ ଉଇକେଟ ହରାଇ ମ୍ୟାଚ ଜିତିଥିଲା। ସାଇ ସୁଦର୍ଶନ ଭାରତ ପାଇଁ ଚମତ୍କାର ବ୍ୟାଟିଂ କରି ଅପରାଜିତ ୫୫ ରନ ସ୍କୋର କରିଥିଲେ। ସେ ୪୩ ବଲ୍‌ର ସମ୍ମୁଖୀନ ହୋଇଥିଲେ ଏବଂ ୯ ଚୌକା ମାରିଥିଲେ। ଶ୍ରେୟାସ ଆୟର ୪୫ ବଲରେ ୫୨ ରନ ସଂଗ୍ରହ କରିଥିଲେ। ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହାପୂର୍ବରୁ ଅର୍ଶଦୀପ ସିଂ ଏବଂ ଆବେଶ ଖାନ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ। ୧୦ ଓଭରରେ ୩୭ ରନ ପାଇଁ ଅର୍ଶଦୀପ ୫ ଉଇକେଟ ନେଇଥିଲେ। ଆବେଶ ଖାନ ୮ ଓଭରରେ ୨୭ ରନ ପାଇଁ ୪ ଉଇକେଟ ନେଇଥିଲେ। କୁଲଦୀପ ଯାଦବ ମଧ୍ୟ ଗୋଟିଏ ସଫଳତା ପାଇଥିଲେ।

Share