Categories: ଖେଳ

ଶୁଟିଂରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ

ହାଙ୍ଗଝୋ,୨୭।୯ : ୨୦୨୩ ଏସିଆନ ଗେମ୍ସରେ ୨୫ ମିଟର ଶୁଟିଂ ଦଳ ଭାରତ ଦ୍ୱିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ପାଇଛି। ମନୁ ଭାକର, ଇଶା ସିଂ ଏବଂ ରିଦମ ସାଙ୍ଗୱାନଙ୍କ ଦଳ ଭାରତ ପାଇଁ ସ୍ବର୍ଣ୍ଣ ଆଣିଛନ୍ତି। ବୁଧବାର ଶୁଟିଂରେ ଭାରତ ପାଇଁ ଏହା ହେଉଛି ଦ୍ୱିତୀୟ ପଦକ। ବର୍ତ୍ତମାନ ଭାରତକୁ ୪ଟି ସ୍ବର୍ଣ୍ଣ ପଦକ ଆସିଛି। ଯଦି ଶୁଟିଂରେ ଭାରତର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିବ, ତେବେ ପଦକ ତାଲିକାରେ ଶ୍ରେଷ୍ଠ ୫ର ଯାତ୍ରା କଷ୍ଟକର ହେବ ନାହିଁ।

Share