Categories: ଖେଳ

ପ୍ରଥମ ଟି୨୦ ଜିତିଲା ଭାରତ

ପାଲେକେଲ୍‌,୨୭ା୭(ପି.ଟି.): ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୪୩ ରନ୍‌ରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୨୧୩ ରନ୍‌ କରିଥିଲା। ଜବାବରେ ଖବର ପ୍ରସ୍ତୁତି ସୁଦ୍ଧା ଶ୍ରୀଲଙ୍କା ୧୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୭୦ ରନ୍‌ କରିଥିଲା।

ଟସ୍‌ ହାରି ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଶୁବମନ ଗିଲ୍‌ (୪୦) ଓ ଯଶସ୍ବୀ ଜୟସ୍ବାଲ(୩୪) ଓପନ କରି ପ୍ରଥମ ଉଇକେଟରେ ୭୪ ରନ୍‌ ଯୋଡିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ସହ ୨୬ ବଲ୍‌ ଖେଳି ସୂର୍ଯ୍ୟକୁମାର ୮ ଚୌକା ଓ ୨ ଛକା ସହ ୫୮ ରନ୍‌ କରିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରିଷଭ ପନ୍ତ ୪୯ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମଥିଷା ପଥିରାନା ଚମତ୍କାର ବୋଲିଂ କରି ୪୦ ରନ୍‌ ଦେଇ ୪ ଉଇକେଟ ନେଇଥିଲେ।

୨୧୪ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ପକ୍ଷରୁ ଦୁଇ ଓପନର ପାଥୁମ ନିଶଙ୍କା(୭୯) ଓ କୁଶଲ ମେଣ୍ଡିସ(୪୫) ପ୍ରଥମ ଉଇକେଟରେ ୮୪ ରନ୍‌ ଯୋଡିଥିଲେ। ଉଭୟ ଖେଳାଳି ୧୦ ଆଭରେଜରେ ରନ୍‌ ସ୍କୋର କରିଥିଲେ। ଉଭୟ ଖେଳାଳି ଆଉଟ ହେବା ପରେ ଶେଷ ୯ ଉଇକେଟ ମାତ୍ର ୩୦ ରନ୍‌ ମଧ୍ୟରେ ହରାଇଥିଲା ଶ୍ରୀଲଙ୍କା। ଅନ୍ୟ ମାନଙ୍କ ମଧ୍ୟରେ କୁଶଲ ପରେରା ୨୦ ଓ କାମିନ୍ଦୁ ମେଣ୍ଡିସ ୧୨ ରନ୍‌ କରିଥିଲେ। ଭାରତ ପକ୍ଷରୁ ରିୟାନ ପରାଗ ୩, ଅକ୍ଷର ପଟେଲ,ଅର୍ଶଦୀପ ସିଂ ଦୁଇଟି ଲେଖାଏ ଓ ମହମ୍ମଦ ସିରାଜ, ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share