Categories: ଖେଳ

ଜିତିଲା ଭାରତ, ସେଲିବ୍ରେଶନ କଲେ ଦୁଇ ଦଳର ଖେଳାଳି

ମୁମ୍ବାଇ,୬।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଛି। ସୋମବାର ଦଳ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି। ଏହା ସହ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତିଛି। ଫଳରେ ଦଳ କ୍ରମାଗତ ୧୪ ତମ ଟେଷ୍ଟ ସିରିଜ ଜିତିଛି । ନ୍ୟୁଜିଲାଣ୍ଡ ଦଳ ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ନାହିଁ।
ମ୍ୟାଚ ପରେ ଆର ଅଶ୍ୱିନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଏଜାଜ ପଟେଲ ଏବଂ ରାଚିନ ରବିନ୍ଦ୍ର ଏକାଠି ନଜର ଆସିଛନ୍ତି। ଯଦିଓ ଏଜାଜ ଏବଂ ରାଚିନ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି କିନ୍ତୁ ସେମାନେ ମୂଳତଃ ଭାରତୀୟ । ଦ୍ୱିତୀୟ ଟେଷ୍ଟରେ ଏଜାଜ ଏକ ସ୍ମରଣୀୟ ପ୍ରଦର୍ଶନ କରିଥିଲେ। ସେ ଟେଷ୍ଟର ଗୋଟିଏ ଇନିଂସରେ ସମସ୍ତ ୧୦ ଉଇକେଟ ନେଇ ବିଶ୍ୱର ତୃତୀୟ ବୋଲର ହୋଇଥିଲେ।
ରାଚିନ ରବିନ୍ଦ୍ର ଟେଷ୍ଟ ସିରିଜରୁ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ସେ ପ୍ରଥମ ଟେଷ୍ଟରେ ଉଇକେଟ ନେଇପାରି ନ ଥିଲେ। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ୩ ଉଇକେଟ ନେଇଥିଲେ। ୨୨ ବର୍ଷୀୟ ବାମହାତୀ ସ୍ପିନର ସଚିନ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ୬ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ସେ ହାରାହାରି  ପ୍ରଥମ ଶ୍ରେଣୀ ମ୍ୟାଚରେ ୧୬୪୮ରନ ସଂଗ୍ରହ କରିଛନ୍ତି। ୩ ଶତକ ଏବଂ ୧୦ ଅର୍ଦ୍ଧଶତକ ହାସଲ କରିଛନ୍ତି।

Share