Categories: ଖେଳ

ଜୟସ୍ବାଲ-ଶିବମଙ୍କ ଅର୍ଦ୍ଧଶତକ: ଭାରତର ଜବରଦସ୍ତ ବିଜୟ

ଇନ୍ଦୋର,୧୪।୧: ଦ୍ୱିତୀୟ ଟି-୨୦ରେ ଭାରତ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ ଦଳ ୨୦ ଓଭରରେ ୧୭୨ ରନରେ ଅଲଆଉଟ୍‌ ହୋଇଥିଲା। ଏହାର ଜବାବରେ ଭାରତ ୧୫.୪ ଓଭରରେ ଚାରି ଉଇକେଟ ହରାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା। ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଜାନୁଆରୀ ୧୭ରେ ବେଙ୍ଗାଲୁରୁରେ ଖେଳାଯିବ।
ଯଶସ୍ବୀ ଜୟସ୍ବାଲ ଏବଂ ଶିବମ ଦୁବେ ଟିମ ଇଣ୍ଡିଆ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଲେ। ଯଶସ୍ବୀ ସର୍ବାଧିକ ୬୮ ରନ ସ୍କୋର କରିଥିଲେ। ଶିବମ ଦୁବେ ୩୨ ବଲ୍‌ରେ ଅପରାଜିତ ୬୩ ରନ ସଂଗ୍ରହ କରିଥିଲେ।
ବିରାଟ କୋହଲି ୧୪ ମାସ ପରେ ଫେରି ୧୬ ବଲରେ ୨୯ ରନ ସଂଗ୍ରହ କରିଥିଲେ। ରୋହିତ ଶର୍ମା ଏବଂ ଜିତେଶ ଶର୍ମା ଖାତା ଖୋଲିପାରି ନ ଥିଲେ। ରିଙ୍କୁ ସିଂ ୯ ରନ୍‌ରେ ଅପରାଜିତ ରହିଥିଲେ। କରିମ ଜନତ ଆଫଗାନିସ୍ତାନ ପାଇଁ ଦୁଇଟି ଉଇକେଟ ନେଇଥିଲେ। ଫଜଲହକ ଫାରୁକି ଏବଂ ନବୀନ ଉଲ ହକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

Share