Categories: ଖେଳ

ସିରିଜ ଜିତିଲା ଭାରତ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ବିଜୟ ଲାଭ କରି ଭାରତ ୨-୧ରେ ସିରିଜ ଜିତିଛି। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ର଼୍ୟାଙ୍ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା। ଟିମ ଶ୍ରୀଲଙ୍କା ଅଧିନାୟକ ଦାସନୁ ଶାନାକାଙ୍କ ନେତୃତ୍ୱରେ ବୋଲିଂ କରିଥିବାବେଳେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଅଟକାଇବାରେ ବିଫଳ ରହିଥିଲେ।
ଭାରତ ଧାର୍ଯ୍ୟ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୨୮ ରନ କରିଥିଲା। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ  ୨୨୯ ରନ ରହିଥିଲା। ଶ୍ରୀଲଙ୍କା ଦଳ ଧାର୍ଯ୍ୟ ୧୬.୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୩୭ ରନ କରିଥିଲା।

ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ୫୧ ବଲରେ ୧୧୨ ରନ କରି ଅପରାଜିତ ରହିଥିଲେ। ଅକ୍ଷର ପଟେଲ ୯ ବଲରେ ୨୧ ରନ କରି ଅପରାଜିତ ରହିଥିଲେ ସେହିପରି ଶୁଭମାନ ଗିଲ୍‌ ୩୬ ବଲରେ ୪୬ ରନ, ରାହୁଲ ତ୍ରିପାଠି ୧୬ ବଲରେ ୩୫ ରନ କରିଥିଲେ।

 

 

Share