ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ବିରାଟ କୋହଲି ଭାରତର ଅଧିନାୟକତ୍ୱ କରୁଛନ୍ତି। ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟସ ଜିତିବା ପରେ ବିରାଟ କୋହଲି କହିଛନ୍ତି ଯେ, ଏହା ଏକ କଠିନ ଉଇକେଟ ପରି ଦେଖାଯାଉଛି ଏବଂ ସେଠାରେ ଘାସ ବହୁତ ନାହିଁ। କାନପୁର ଟେଷ୍ଟର ପଞ୍ଚମ ଦିନରେ ରାହାନେ ଆହତ ହୋଇଥିଲେ, ଜାଡେଜାଙ୍କ ଡାହାଣ ହାତ ଫୁଲି ଯାଇଛି ଏବଂ ଇଶାନ୍ତ ମଧ୍ୟ ଆହତ ହୋଇଛନ୍ତି। ଯଦି ଆମେ ଭଲ ଖେଳିବା, ତେବେ ଆମେ ସିରିଜ ଜିତିବା। ଏହି ମ୍ୟାଚରେ ଜୟନ୍ତ ଯାଦବ ଏବଂ ମହମ୍ମଦ ସିରାଜଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ହେଉଛି ଦୁଇ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ମ୍ୟାଚ। ଏହି ମ୍ୟାଚ୍ ଯିଏ ଜିତିବ ସେହି ଦଳ ସିରିଜ୍ ହାତେଇବ। ଏହି ମ୍ୟାଚ୍ରେ ନୁଜିଲାଣ୍ଡ ଅଧିନାୟକ କେନ୍ ଉଇଲିମସନ୍ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଟମ ଲାଥାମ ଅଧିନାୟକ ଦାୟିତ୍ୱ ସମ୍ଭାଳୁଛନ୍ତି।