Categories: ଖେଳ

ଟସ୍‌ ଜିତି ଭାରତର ବ୍ୟାଟିଂ ଆରମ୍ଭ

ଗୁୟାନା,୬।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ରବିବାର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆକୁ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଭାରତ ମ୍ୟାଚ୍‌ ଜିତି ସିରିଜିକୁ ବରାବର ସ୍ଥିତିକୁ ଆଣିବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷେ ଭାରତର ଦୁଇ ଓପନର ଇଶାନ କିଷନ ଏବଂ ଶୁଭମାନ ଗିଲ ବ୍ୟାଟି କରିବାକୁ ଆସିଥିଲେ। ହେଲେ ଶୁଭମାନ ୫ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଫଳରେ ଭାରତ ୫ ଓଭର ଖେଳ ସୁଦ୍ଧା ୩୨ ରନ୍‌ କରି ଦୁଇ ଉଇକେଟ୍‌ ହରାଇଛି।

ୱେଷ୍ଟଇଣ୍ଡିଜ: ବ୍ରେଣ୍ଡନ କିଙ୍ଗ, କାଇଲ ମାୟର୍ସ, ଜନସନ ଚାଲର୍‌ସ, ନିକୋଲାସ ପୁରାନ (ଉଇକେଟ କିପର), ରୋଭମାନ ପାଓ (ଅଧିନାୟକ), ଶିମ୍ରନ ହେଟମିୟର, ରୋମାରିଓ ଶେଫର୍‌, ଜେସନ ହୋଲ୍ଡର, ଆକିଲ ହୋସେନ, ଅଲଜାରି ଜୋସେଫ, ଓବେଡ ମ୍ୟାକକୋଇ

ଭାରତ: ଇଶାନ କିଶନ (ଉଇକେଟ କିପର), ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମସନ, ଆକ୍ସାର ପଟେଲ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ରବି ବିଷ୍ଣୁ

Share