Categories: ଖେଳ

ଟସ ଜିତିଲା ଭାରତ ,ବ୍ୟାଟିଂ ନିଷ୍ପତ୍ତି…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଛି। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚରେ ଟିମ ଶ୍ରୀଲଙ୍କା ଅଧିନାୟକ ଦାସନୁ ଶାନାକାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ପଡ଼ିଆ ଓହ୍ଲାଇଛି।

ପୂର୍ବରୁ ୩ ଟିକିଆ ଟି-୨୦ ମ୍ୟାଚ ମଧ୍ୟରୁ ଭାରତ ଏବଂ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ଜିତିଛନ୍ତି। ଶେଷ ମ୍ୟାଚ ଜିତି ଉଭୟ ସିରିଜ ବିଜୟ ଲକ୍ଷ୍ୟ ରଖିଛନ୍ତି।

Share