Categories: ଖେଳ

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ

ଦୁବାଇ,୨୮।୮: ଏସିଆ କପ୍‌ ୧୫ତମ ସିଜିନ୍‌ରେ ଭାରତ ତାର ତାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭେଟୁଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକଙ୍କ ଭଳି ମହାନ ଖେଳାଳି ଅଛନ୍ତି। ଏଥି ସହିତ ପାକିସ୍ତାନୀ ଦଳ ମଧ୍ୟ ବାବର ଆଜମ, ମହମ୍ମଦ ରିଜୱାନ, ହରିସ ରୌଫଙ୍କ ଭଳି ତାରକାଙ୍କ ଦ୍ୱାରା ସଜ୍ଜିତ ହୋଇଛି। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ। ରିଷଭ ପନ୍ତ, ଆର୍‌ ଅଶ୍ୱିନ, ରବି ବିଷ୍ଣୋଇ ଏବଂ ଦୀପକ ହୁଡା ଖେଳୁଥିବା ଏକାଦଶରେ ସ୍ଥାନ ପାଇ ନାହାଁନ୍ତି।
ଏସିଆ କପରେ ଦୁଇ ଦଳ ମଧ୍ୟରେ ଏହା ୧୫ତମ ମ୍ୟାଚ ହେବ। ପୂର୍ବ ୧୪ଟି ମ୍ୟାଚରେ ଆଠଟି ମ୍ୟାଚ ଭାରତ ଏବଂ ପାଞ୍ଚଟି ପାକିସ୍ତାନ ଜିତିଛି। ବର୍ଷା ହେତୁ ଗୋଟିଏ ମ୍ୟାଚ ଧୋଇ ଯାଇଥିଲା। ୨୦୧୨ରେ ଏହି ଟୁର୍ନାମେଣ୍ଟରେ ଭାରତ ଶେଷ ଥର ପାଇଁ ପାକିସ୍ତାନକୁ ହରାଇଥିଲା।
ଏହାପୂର୍ବରୁ, ଟି-୨୦ ବିଶ୍ୱକପ ୨୦୨୧ରେ ଉଭୟ ଦଳ ଶେଷଥର ପାଇଁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏକାଠି ହୋଇଥିଲେ। ସେହି ମ୍ୟାଚରେ ପାକିସ୍ତାନ ଦଳ ଜିତିଥିଲା। ଏଭଳି ପରିସ୍ଥିତିରେ ଭାରତକୁ ସେହି ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ମିଳିବ।

Share