Categories: ଖେଳ

ନିର୍ଣ୍ଣାୟକ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ

ହାଇଦ୍ରାବାଦ,୨୫।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ହାଇଦ୍ରାବାଦରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ରିଷଭ ପନ୍ତଙ୍କୁ ବାଦ୍‌ ଦିଆଯାଇ ଭୁବନେଶ୍ୱର କୁମାରଙ୍କୁ ଶେଷ ଏକାଦଶରେ ସ୍ଥାନ ଦିଆଯାଇଛି।
ସିରିଜ ହାତେଇବା ପାଇଁ ଉଭୟ ଦଳ ପଡିଆକୁ ଓହ୍ଲାଇବେ। ପ୍ରଥମ ମ୍ୟାଚରେ ଭାରତକୁ ଚାରି ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଏହି ସିରିଜ୍‌କୁ ଗୁରୁତ୍ୱପୂର୍ଣ୍ଣ ଧରାଯାଉଛି।

Share