Categories: ଖେଳ

ଟସ୍‌ ଜିତିଲା ଭାରତ

ସିଡନୀ,୨୭।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତ ଏବଂ ନେଦରଲାଣ୍ଡ୍ସ ମୁହାଁମୁହିଁ ହୋଇଛନ୍ତି। ସିଡନୀରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପାଗ ଖରାପ ଯୋଗ ଟସ୍‌ ବିଳମ୍ବରେ ହୋଇଥିଲା। ଏହି ମ୍ୟାଚ୍‌ ପାଇଁ ଉଭୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଉଭୟ ଦଳ ପ୍ରଥମ ଥର ପାଇଁ ଟି-୨୦ରେ ପରସ୍ପରକୁ ଭେଟିବେ। ଯଦି ଭାରତ ଏହି ମ୍ୟାଚ ଜିତେ ତେବେ ଚାରି ପଏଣ୍ଟ ପାଇବ। ସେମିଫାଇନାଲ ଖେଳିବାର ସମ୍ଭାବନା ବୃଦ୍ଧି ପାଇବ। ଏଥି ସହିତ ନେଦରଲ୍ୟାଣ୍ଡ କ୍ରମାଗତ ଦ୍ୱିତୀୟ ପରାଜୟକୁ ଏଡାଇବାକୁ ଚାହୁଁଛି। ଶେଷ ମ୍ୟାଚରେ ଦଳ ବାଂଲାଦେଶ ଦ୍ୱାରା ପରାସ୍ତ ହୋଇଥିଲେ।

Share