Categories: ଖେଳ

ଟସ୍‌ ଜିତିଲା ଭାରତ

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇ ନ ଥିବାବେଳେ ଦକ୍ଷିଣ ଆଫ୍ରିକା ଦଳରେ ୩ଟି ପରିବର୍ତ୍ତନ ହୋଇଛି। ଦୁଇ ଦଳ ମଧ୍ୟରୁ ଯିଏ ମ୍ୟାଚ୍‌ ଜିତିବ ସେ ସିରିଜ ହାତେଇବ। ବର୍ତ୍ତମାନ ସିରିଜ ୧-୧ରେ ବରାବର ହୋଇଛି। ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌କୁ ନଅ ରନ୍‌ରେ ଜିତିଥିଲା। ଏଥି ସହିତ ଦ୍ୱିତୀୟ ଦିନିକିଆକୁ ଭାରତ ୭ ଉଇକେଟ ନେଇ ଜିତିଥିଲା।

Share