Categories: ଖେଳ

ଅନ୍ତିମ ଟି୨୦: ଟସ୍‌ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧।୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଟି୨୦ ମୁକାବିଲା ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପୂର୍ବରୁ ସିରିଜର ଦୁଇଟି ମୁକାବିଲାରୁ ଉଭୟ ଦଳ ଗୋଟିଏ ଲେଖାଏ ଜିତିଥିବାରୁ ଏହି ମ୍ୟାଚ୍‌ ବେଶ ଗୁରୁତ୍ୱ ବହନ କରୁଛି। ଗୋଟିଏ ପଟେ ଭାରତ ଏହି ମ୍ୟାଚ୍‌ରେ ଜିତିଲେ ସିରିଜ ଉପରେ କବ୍ଜା କରିବ। ସେହିଭଳି ନ୍ୟୁଜିଲାଣ୍ଡ ମଧ୍ୟ ଟି୨୦ ସିରିଜ ଜିତି ଦିନିକିଆ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ।

Share