Categories: ଖେଳ

କ୍ୱାର୍ଟର ଫାଇନାଲ୍‌ରେ ଟସ୍‌ ଜିତିଲା ଭାରତ

ହାଙ୍ଗଝୋ,୩।୧୦:ଏସିଆନ ଗେମ୍ସରେ ଭାରତ ଏବଂ ନେପାଳ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ହାଙ୍ଗଝୋରେ ଥିବା ପିଙ୍ଗଫେଙ୍ଗ କ୍ୟାମ୍ପସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚରେ ପ୍ରଥମ ଥର ପାଇଁ ଋତୁରାଜ ଗାଇକ୍ୱାଡ ଭାରତର ଅଧିନାୟକ ହୋଇଛନ୍ତି।
ସିଧାସଳଖ କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ ସ୍ଥାନ ପାଇଛି। ନେପାଳକୁ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପୂର୍ବରୁ ଦୁଇଟି ମ୍ୟାଚ ଖେଳିବାକୁ ପଡିଥିଲା।

Share