Categories: ଖେଳ

ସେମିଫାଇନାଲରେ ଟସ୍‌ ଜିତିଲା ଭାରତ

ହାଙ୍ଗଝୋ,୬।୧୦: ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁରୁଷ କ୍ରିକେଟ୍‌ ସେମିଫାଇନାଲ୍‌ ଖେଳାଯାଉଛି। ଭାରତୀୟ ଅଧିନାୟକ ରୁତୁରାଜ ଗାଇକ୍ୱାଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା ହେତୁ ଟସ ବିଳମ୍ବ ହୋଇଥିଲା। ଭାରତୀୟ ଅଧିନାୟକ ରୁତୁରାଜ ପ୍ଲେ-୧୧ରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଆଭେଶ ଖାନଙ୍କ ସ୍ଥାନରେ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଦଳରେ ସାମିଲ କରାଯାଇଛି। ଶାହାବାଜ ଜଣେ ବାମହାତୀ ସ୍ପିନର ତଥା ଜଣେ ଭଲ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ। ଶାହାବାଜ ଭାରତ ପାଇଁ ଟି-୨୦ କ୍ରିକେଟରେ ଡେବ୍ୟୁ କରୁଛନ୍ତି। ସେ ପୂର୍ବରୁ ତିନୋଟି ଦିନିକିଆ ଖେଳି ସାରିଛନ୍ତି।

Share