Categories: ବାଣିଜ୍ୟ

‘ଭାରତ ବିଶ୍ୱର ପ୍ରମୁଖ ଷ୍ଟାର୍ଟଅପ୍‌ ହବ୍‌’

ନୂଆଦିଲ୍ଲୀ,୧୬।୧୨:ବର୍ତ୍ତମାନ ସମୟରେ ଭାରତ ବିଶ୍ୱର ପ୍ରମୁଖ ଷ୍ଟାର୍ଟଅପ୍‌ ହବ୍‌ ହୋଇପାରିଛି। କାରଣ ଦେଶରେ ଷ୍ଟାର୍ଟଅପ୍‌ ସଫଳତା ହାର ପୃଥିବୀର କୌଣସି ରାଷ୍ଟ୍ର ତୁଳନାରେ ସବୁଠୁ ଭଲ ରହିଛି ବୋଲି ନିକଟରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଲୋକ ସଭାରେ ମତପ୍ରକାଶ କରିଛନ୍ତି। ଏପରିକି ଦେଶରେ ଲଗାତର ଷ୍ଟାର୍ଟଅପ୍‌ର ସଂଖ୍ୟା ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଛି। ସେହିଭଳି ବର୍ତ୍ତମାନ ଦେଶରେ ଷ୍ଟାର୍ଟଅପ୍‌ ସଂଖ୍ୟା ଗତ ୭ବର୍ଷ ମଧ୍ୟରେ ୧୮୬ ଗୁଣା ବୃଦ୍ଧି ପାଇଛି। ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ୮୪,୦୧୨ଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍‌ ରହିଥିଲା ବେଳେ ଆଗାମୀ ବର୍ଷରେ ତାହା ୧ ଲକ୍ଷରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଛି। ବିଶେଷକରି ଅନ୍ୟ ରାଷ୍ଟ୍ର ତୁଳନାରେ ଏହି ସଂଖ୍ୟା ଢେର ଅଧିକ ବୋଲି ଜଣାପଡ଼ିଛି। ସେହିପରି କେନ୍ଦ୍ର ସରକାର ଷ୍ଟାର୍ଟଅପ୍‌ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ୨୦୧୬ ଜାନୁୟାରୀ ୧୬ରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ଆରମ୍ଭ କରିଥିଲେ।

Share