ମସ୍କୋ,୨୦ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି. ଜିନ୍ପିଙ୍ଗଙ୍କ ନିକଟତର ହେବା ଭାରତ ପାଇଁ ଚିନ୍ତାର ବିଷୟ। ସମ୍ପ୍ରତି ଦୁଇ ନେତାଙ୍କ ଭର୍ଚୁଆଲ ବୈଠକ ପରେ ରୁଷିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ଏକ ବିବୃତ୍ତି ଜାରି କରି କହିଛି ଯେ,ରୁଷିଆ-ଚାଇନା ସମ୍ପର୍କ ଅପ୍ରତ୍ୟାଶିତ ଭାବରେ ସକାରାତ୍ମକ ହୋଇଛି। କାର୍ଯ୍ୟାଳୟ ପକ୍ଷରୁ ଏସିଆ ପ୍ରଶାନ୍ତ ମହାସାଗରରେ ସ୍ଥିତିର ପରିବର୍ତ୍ତନ ପାଇଁ ଆମେରିକାର ଉଦ୍ୟମକୁ ନେଇ ଉଭୟ ନେତା ଉଦ୍ବେଗ ପ୍ରକାଶ କରିଛନ୍ତି। ଚାଇନା ଏବଂ ଭାରତ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ଥିବା ସମୟରେ ରୁଷିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିବୃତ୍ତି ଜାରି କରାଯାଇଛି। ତେବେ ନିକଟରେ ରୁଷିଆର ରାଷ୍ଟ୍ରପତିଙ୍କ ଗସ୍ତ ପରେ ଆଶା କରାଯାଉଥିଲା ଯେ, ରୁଷିଆ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବ। ଭାରତ-ରୁଷିଆ ସମ୍ପର୍କ ମଧ୍ୟ ଚାଇନା ଉପରେ ମାନସିକ ସ୍ତରରେ ପ୍ରଭାବ ପକାଇବ।