Categories: ଖେଳ

କୋହଲି ଥିଲେ ହାଇଦ୍ରାବାଦ୍‌ ଟେଷ୍ଟ ହାରି ନ ଥାନ୍ତା ଭାରତ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଯଦି ବିରାଟ କୋହଲି ଭାରତର ଅଧିନାୟକ ହୋଇଥାନ୍ତେ ତେବେ ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଆୟୋଜକ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ି ନ ଥାନ୍ତା ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ କହିଛନ୍ତି। ହାଇଦ୍ରାବାଦ୍‌ ଟେଷ୍ଟରେ ରୋହିତ ପଡିଆରେ ସମ୍ପୂର୍ଣ୍ଣ ସାଧାରଣ ନଜର ଆସିଥିଲେ।
ହାଇଦ୍ରାବାଦ୍‌ ଟେଷ୍ଟର ପ୍ରଥମ ଇନିଂସରେ ୧୯୦ ରନ୍‌ର ଦୃଢ଼ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ କୋହଲି ବିନା ଖେଳୁଥିବା ଭାରତ ସ୍ପିନ ଅନୁକୂଳ ପରିସ୍ଥିତିରେ ୨୮ ରନ ପରାଜୟର ସମ୍ମୁଖୀନ ହୋଇଥିଲା। ଫଳରେ ଇଂଲଣ୍ଡକୁ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ କରାଇଲା।
ହାଇଦ୍ରାବାଦରେ ଏହା ଭାରତର ପ୍ରଥମ ଟେଷ୍ଟ ପରାଜୟ। ବ୍ୟକ୍ତିଗତ କାରଣରୁ କୋହଲି ଓପନିଂ ମ୍ୟାଚ ଖେଳିପାରି ନ ଥିଲେ ଏବଂ ବିଶାଖାପାଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଖେଳିବେ ନାହିଁ।
ଭନ କହିଛନ୍ତି, ରୋହିତ ଜଣେ କିମ୍ବଦନ୍ତୀ ଏବଂ ଜଣେ ମହାନ ଖେଳାଳି କିନ୍ତୁ ମୁଁ ଅନୁଭବ କଲି ଯେ ସେ ସମ୍ପୂର୍ଣ୍ଣ ହଜିଯାଇଛନ୍ତି। ମୁଁ ଭାବିଲି ରୋହିତଙ୍କ ଅଧିନାୟକତ୍ୱ ବହୁତ ସମାନ୍ୟ। ମୁଁ ଭାବୁନାହିଁ ଯେ ସେ ଫିଲ୍ଡିଂରେ ସ୍ମାର୍ଟ ପରିବର୍ତ୍ତନ କରିଛନ୍ତି କିମ୍ବା ବୋଲିଂରେ ପରିବର୍ତ୍ତନ ଆଣିବାରେ ସକ୍ରିୟ ଥିଲେ।

Share