Categories: ଜାତୀୟ

ଚାଇନା ନାଗରିକଙ୍କଠାରୁ ମିଳିଲା ଭାରତୀୟ ଆଧାର କାର୍ଡ: ୨ ଗିରଫ

କୋଲକାତା,୧୭।୩: ପଶ୍ଚିମବଙ୍ଗର ସିଲିଗୁଡିି ଜିଲାରେ ପୋଲିସ ଦୁଇ ଚାଇନା ନାଗରିକଙ୍କୁ ଗିରଫ କରିଛି। ରାଜ୍ୟର ବାଗଡୋଗ୍ରା ବିମାନବନ୍ଦରରେ ଥିବା ସିଲିଗୁଡି ମହାନଗର ପୋଲିସ ଏହି ଚାଇନା ନାଗରିକଙ୍କୁ ପାସପୋର୍ଟ ଏବଂ ଦୁଇଟି ଆଧାର କାର୍ଡ ସହିତ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଉଭୟଙ୍କର ବୈଧ ଡକ୍ୟୁମେଣ୍ଟ ନ ଥିଲା। ସମ୍ପୃକ୍ତ ନାଗରିକଙ୍କ ନାମ ନାଓ ଜାଙ୍ଗ ଜୁଙ୍ଗ (୩୯) ଏବଂ କାଇ ଲେଙ୍ଗ (୪୨)। ଉଭୟ ଆନ୍ଧ୍ରପ୍ରଦେଶର ତିରୁପତି ଯାଉଥିଲେ। ବିମାନବନ୍ଦରରେ ଏହି ଦୁଇଜଣଙ୍କୁ ନେଇ ସନ୍ଦେହ ହେବାରୁ ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଏହି ଦୁହିଁଙ୍କ ପାଖରୁ ଚାଇନାର ପାସପୋର୍ଟ ଥିଲା କିନ୍ତୁ ଭିସା ନ ଥିଲା। ଉଭୟ ସୋମବାର ନେପାଳରୁ ଚାଇନା ମାଧ୍ୟମରେ ଭାରତରେ ପହଞ୍ଚିଛନ୍ତି। ଙ୍ଗଳବାର ସକାଳେ ପୋଲିସର ସୂଚନାନୁସାରେ, ଉଭୟଙ୍କୁ ଦୁଇଟି ଆଧାର କାର୍ଡ ମିଳିଛି, ଯେଉଁଥିରେ ଉତ୍ତରପ୍ରଦେଶର ଠିକଣା ରହିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Share