Categories: ଜାତୀୟ

ଦୂତାବାସ କର୍ମଚାରୀଙ୍କୁ ଧରି କାବୁଲ ଛାଡ଼ିଲା ଭାରତୀୟ ବାୟୁସେନା ବିମାନ…

କାବୁଲ/ନୂଆଦିଲ୍ଲୀ,୧୭।୮: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଭାରତୀୟ ବାୟୁସେନାର ସି -୧୭ ବିମାନ କାବୁଲ ବିମାନବନ୍ଦରରେ ଜାରି ରହିଥିବା ବିଶୃଙ୍ଖଳା ମଧ୍ୟରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହ ଭାରତ ଅଭିମୁଖେ ଯାତ୍ରା କରିଛି। କାବୁଲ ବିମାନବନ୍ଦରରେ ଆମେରିକାର ସୈନିକଙ୍କ ସୁରକ୍ଷା ମଧ୍ୟରେ ବିମାନଟି ଉଡ଼ାଣ କରିଥିବା କୁହାଯାଉଛି। ରବିବାର ସା ଠାରୁ ସମସ୍ତ ଭାରତୀୟ ଯାତ୍ରୀ ବିମାନବନ୍ଦରରେ ସୁରକ୍ଷିତ ଅଞ୍ଚଳରେ ଥିଲେ। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା କରି ଭାରତୀୟମଙ୍କ ସୁରକ୍ଷା ନିଶ୍ଚିତ କରିଥିଲେ।
ଭାରତୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ମଙ୍ଗଳବାର ସକାଳେ କହିଛନ୍ତି ଯେ ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କାବୁଲରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ତଥା ଅନ୍ୟ ଭାରତୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ତୁରନ୍ତ ଭାରତକୁ ଫେରାଇ ଆଣାଯାଉଛି। ଏହାପୂର୍ବରୁ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜରୁରୀକାଳୀନ ନମ୍ବର ଏବଂ ଇ-ମେଲ ଆଇଡି ଜାରି କରିଥିଲା। ସୂଚନାନୁସାରେ, ଗ୍ଲୋବମାଷ୍ଟର ମଙ୍ଗଳବାର ସକାଳେ ଭାରତୀୟ ଦୂତାବାସର ୧୫୦ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଛି।

Share