Categories: ଜାତୀୟ

ଚାଇନା ସହ ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ‘ପ୍ରଳୟ’, ରାଫେଲ-ସୁଖୋଇ ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୨୩।୬: ଚାଇନା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନା ପୁର୍ବୋତ୍ତର ଭାରତରେ ଏକ ବଡ ଏକ୍ସରସାଇଜ କରିବାକୁ ଯାଉଛି। ଏହି ଓ୍ବାର ଏକ୍ସରସାଇଜକୁ ‘ପ୍ରଳୟ’ ନାମ ଦିଆଯାଇଛି। ବାୟୁସେନା ସହ ଜଡିତ ସୂତ୍ରର ସୂଚନା ଅନୁଯାୟୀ, ‘ପ୍ରଳୟ’ ସମସ୍ତ ଏହାରବେସରୁ ବାହାରିବ। ନିକଟରେ ମୁତୟନ କରାଯାଇଥିବା ଡ୍ରୋନ ସ୍କ୍ବାର୍ଡ ବି ଏହାର ଅଂଶ ହେବ।

ପ୍ରଳୟ ଏକ୍ସରସାଇଜ ଏପରି ଏକ ସମୟରେ କରାଯାଉଛି ଯେତେବେଳେ ଭାରତୀୟ ବାୟୁସେନା ପୂର୍ବ ସେକ୍ଟରରେ ଏସ-୪୦୦ ଏୟାର ଡିଫେନ୍ସ ସ୍କାଡ୍ରନ ନିୟୋଜିତ ଏବଂ ସକ୍ରିୟ କରିଛି, ଯାହା ୪୦୦ କିଲୋମିଟର ଦୂରତା ସହିତ କୌଣସି ଶତ୍ରୁ ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରେ। ଦୂରରୁ ମାରିବାରେ ଏହା ସକ୍ଷମ। ବିଶ୍ୱର ବହୁତ କମ ଦେଶରେ ଏହି ପ୍ରକାରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଛି। ରୁଷିଷ ସହିତ କୋଟି କୋଟି ଡଲାରରେ ଭାରତ ଏହି ଚୁକ୍ତି କରିଛି।

ଅଧିକାରୀଙ୍କ କହିବାନୁସାରେ, ଭାରତୀୟ ବାୟୁସେନାର ’ପ୍ରଳୟ’ ଏକ୍ସରସାଇଜରେ ପରିବହନ ଏବଂ ଅନ୍ୟାନ୍ୟ ବିମାନ ଏବଂ ରାଫେଲ ଏବଂ ସୁଖୋଇ -୩୦ ଯୁଦ୍ଧ ବିମାନ ସମେତ ଆଇଏଏଫର ପ୍ରମୁଖ ଯୁଦ୍ଧ ସମ୍ପତ୍ତି ଦେଖାଯିବ। ଗତ କିଛି ମାସ ମଧ୍ୟରେ ଆଇଏଏଫ ଦ୍ୱାରା ଏହା ହେଉଛି ଦ୍ୱିତୀୟ କମାଣ୍ଡ ସ୍ତରୀୟ ଏକ୍ସରସାଇଜ।

ନିକଟରେ ଭାରତୀୟ ବାୟୁସେନା ସିକ୍କିମ ଏବଂ ସିଲିଗୁରି କରିଡର ସେକ୍ଟରରେ ଶତ୍ରୁ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏହାର କ୍ଷମତା ବଢାଇବା ପାଇଁ ଅନ୍ୟ ବେସରୁ ଡ୍ରୋନର ଏକ ସ୍କାଡ୍ରୋନ ଉତ୍ତର-ପୂର୍ବକୁ ସ୍ଥାନାନ୍ତର କରିଥିଲା।

 

Share