ନୂଆଦିଲ୍ଲୀ: ବର୍ଷ ୨୦୨୦ ଆରମ୍ଭରୁ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିଲା କରୋନା। ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ନାନାଦି ଉପାୟ ଅବଲମ୍ବନ କରାଯାଇଥିଲା। ମାସ ମାସ ଧରି ଲକ୍ଡାଉନ୍ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିଲା। ଯେଉଁଠି ସାଧାରଣଜନତାକୁ ଘରେ ରହି ସଂକ୍ରମଣକୁ ନ ବଢ଼ାଇବାକୁ କୁହାଯାଉଥିଲା, ସେଇଠି ସମ୍ମୁଖ ଯୋଦ୍ଧା ଭାବେ ଘରୁ ଗୋଡ କାଢ଼ିଥିଲେ ଡାକ୍ତରମାନେ। ଏବେ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ସଂକ୍ରମଣ ଉପରେ ପୂର୍ଣ୍ଣ ବିରାମ ଲାଗିନାହିଁ। ଏଣୁ ଆଜିବି ‘କରୋନା ଓ୍ବାରିଅର’ ସାଜି ସେମାନେ ରୋଗୀ ସେବା ଜାରି ରଖିଛନ୍ତି। ତେବେ ସେମାନଙ୍କୁ ନିଆରା ଢ଼ଙ୍ଗରେ ଧନ୍ୟବାଦ ଜଣାଇଛି ଭାରତୀୟ ବାୟୁ ସେନା(ଆଇଏଏଫ୍)। ସେନାର ଜଣେ ଯବାନ ସ୍କାଏ ଡ୍ରାଇଭିଂ କରି କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି।
ଯବାନଜଣଙ୍କ ଆକାଶରେ ଉଡୁଥିବା ବେଳେ ହାତରେ ଏକ ବ୍ୟାନର ଧରିଥିଲେ। ସେଥିରେ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବୋଲି ବାର୍ତ୍ତା ଲେଖାଯାଇଥିଲା। ଏନେଇ ବାୟୁସେନା ପକ୍ଷରୁ ୨ଟି ଟୁଇଟ୍ କରି ଜଣାଯାଇଛି। ଯବାନଙ୍କ ଏହି ଫଟୋ ଏବେ ବେଶ୍ ଭାଇରାଲ ହେଉଛି।
ପୂର୍ବରୁ ଏକାଧିକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ କରୋନା ଯୋଦ୍ଧାଙ୍କ ସମ୍ମାନ କରାଯାଇଛି। ପ୍ରଥମେ ଅପରାହ୍ନ ୫ଟାରେ ୫ ମିନିଟ୍ ଯାଏ ଘଣ୍ଟି ବଜାଇବାକୁ କୁହାଯାଇଥିଲା। ପରେ ଏପ୍ରିଲରେ ରାତି ୯ଟାରେ ଘରର ଲାଇଟ୍ ବନ୍ଦ କରିବାକୁ କୁହାଯାଇଥିଲା। ବାୟୁସେନା ମଧ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଫୁଲ ବିଛାଇଥିଲେ।
The Earth, The Sky and an #AirWarrior#Skydiving #Coronawarriors#StaySafe #WinterSolistice#IndianAirForce pic.twitter.com/xKeiOGUb4k
— Indian Air Force (@IAF_MCC) December 22, 2020