Categories: ଜାତୀୟ

ବାୟୁସେନାର ୮୮ ତମ ସ୍ଥାପନା ଦିବସ: ଗାଜିଆବାଦରେ ଗର୍ଜିବ ରାଫାଲ

ନୂଆଦିଲ୍ଲୀ,୮ ।୧୦: ଭାରତୀୟ ବାୟୁସେନା ଗୁରୁବାର ପାଳନ କରିବ ତା’ର ୮୮ ତମ ସ୍ଥାପନା ଦିବସ । ୧୯୩୨ ମସିହା ଠିକ୍ ଆଜିର ଦିନରେ ଭାରତୀୟ ବାୟୁସେନାର ସ୍ଥାପନା କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଦିଲ୍ଲୀ ନିକଟ ଗାଜିଆବାଦରେ ଥିବା ଏୟାରବେସ୍‌ରେ ଅନୁଷ୍ଠିତ ହେବ ବିଶେଷ କାର୍ଯ୍ୟକ୍ରମ । ଏଥିରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସାମିଲ ହେବ । ଏଥରର ଆକର୍ଷଣ ପାଲଟିବ ଯୁଦ୍ଧ ବିମାର ରାଫାଲ । ଏହାସହ ଚିନୁକ ଓ ଆପାଚେ ହେଲିକପ୍ଟର ବି ଏଥିରେ ସାମିଲ ହେବ । ନିକଟରେ ବାୟୁସେନରରେ ସାମିଲ ହୋଇଥିବା ରାଫାଲ ତା’ର ଶକ୍ତି ପ୍ରଦର୍ଶନ କରିବ । ସୀମାରେ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏଥର ବାୟୁସେନାର ଶକ୍ତି ପ୍ରଦର୍ଶନ ବଡ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କୁହାଯାଉଛି । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।

Share