ନୂଆ ଇନିଂସ ଆରମ୍ଭ କଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟ ଅତିତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏହି କ୍ରିକେଟର ଏବେ ରାଜନୀତି ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଜାଡେଜା ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ସଦସ୍ୟତା ଗ୍ରହଣ କରିଛନ୍ତି। ଜାମନଗର ବିଧାୟିକା ତଥା ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିବାବା ଜାଡେଜା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ଜାଡେଜାଙ୍କୁ ତାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ସହ ଅନେକ ଥର ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଅନେକ ରୋଡ ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ସେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ରିବାବା ଜାଡେଜା ଏକ୍ସରେ ଏହା ପ୍ରକାଶ କରିଛନ୍ତି । ଚଳିତ ମାସରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଜାଡେଜା ଖେଳୁଥିବା ଦେଖିବାକୁ ମିଳିବ। ସେ ଶେଷ ଥର ପାଇଁ ଟି -୨୦ ବିଶ୍ୱକପ ୨୦୨୪ଖେଳିଥିଲେ। ଏଥିରେ ଭାରତ ବିଶ୍ୱକପ ଜିତିଥିଲା। ଏହା ପରେ ଜାଡେଜା ଏହି ଫର୍ମାଟରୁ ବିଦାୟ ନେଇଥିଲେ।
ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଅଲରାଉଣ୍ଡରଙ୍କ ପ୍ରଦର୍ଶନ ବିଷୟରେ କହିଲେ, ସେ ନିଜ କ୍ୟାରିୟରରେ ୭୪ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୪୧ ଇନିଂସରେ ୫୧୫ ରନ ସଂଗ୍ରହ କରିଥିଲେ। ଏହି ଫର୍ମାଟରେ ଜାଡେଜା ହାରାହାରି ୨୯.୮୫ ଏବଂ ୭.୧୩ର ଇକୋମିରେ ୫୪ୱିକେଟ ନେଇଛନ୍ତି।
ଜାଡେଜା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୯୭ ଟି ଏକ ଦିବସୀୟ ଖେଳିଛନ୍ତି। ଏହି ସମୟମଧ୍ୟରେ ସେ ୧୩୨ଇନିଂସରେ ୨୭୫୬ ରନ ସଂଗ୍ରହ କରିଛନ୍ତି । ଜାଡେଜା ଏକ ଦିବସୀୟରେ ୧୩ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଏହି ଫର୍ମାଟରେ କୌଣସି ଶତକ ସ୍କୋର କରିନାହାଁନ୍ତି। ଏହା ବ୍ୟତୀତ ଜାଡେଜା ୧୮୯ରନରେ ୨୨୦ ୱିକେଟ ନେଇଛନ୍ତି। ୫/୩୩ ହେଉଛି ଏକ ଦିବସୀୟରେ ତାଙ୍କର ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

ସିଜେଆଇଙ୍କୁ କାହିଁକି ଧନ୍ୟବାଦ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୬।୯: ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୁଡଙ୍କ ଘରେ ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଂଶଗ୍ରହଣକୁ ନେଇ ଅନେକ ଆଲୋଚନା ହୋଇଛି। ମହାରାଷ୍ଟ୍ରର ପୂର୍ବତନ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ଆସନ୍ତାକାଲି…

ଭୁବନେଶ୍ୱର,୧୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ୧୭ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ନେଇ ବଡ଼ ଅପଡେଟ୍‌ ଆସିଛି। ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବାଠାରୁ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି ଏହି ୫ ନେତା: ସବୁଠୁ ଆଗରେ…

ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି (ଏଏପି)ର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲଙ୍କ ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଆଲୋଚନା ଜୋର ଧରିଛି। ଏହି...

ରାହୁଲ ଗାନ୍ଧୀଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ ଟଙ୍କା ପୁରସ୍କାର

ପୁଣେ,୧୬।୯: ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଭାଜପା ଏବଂ ଆରଏସଏସକୁ ଟାର୍ଗେଟ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri