ଖଲିସ୍ତାନିଙ୍କ ଦୁଃସାହସ: ସ୍କଟଲ୍ୟାଣ୍ଡରେ ଗୁରୁଦ୍ୱାର ଯାଉଥିବା ଭାରତୀୟ ହାଇ କମିଶନଙ୍କୁ ଅଟକାଇଲେ

ଲଣ୍ଡନ,୩୦।୯: ସ୍କଟଲ୍ୟାଣ୍ଡରେ ଭାରତୀୟ ହାଇ କମିଶନରଙ୍କୁ ଅଟକାଇ ଦିଆଯିବା ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଖାଲିସ୍ତାନ ସମର୍ଥକମାନେ ଏଭଳି ଦୁଃସାହସ କରିଛନ୍ତି। ବ୍ରିଟେନର ଭାରତର ହାଇ କମିଶନର ବିକ୍ରମ ଡୋରେଇସ୍ବାମୀଙ୍କ ସହ ଏହି ଘଟଣା ଘଟିଛି। ସେ ଯେତେବେଳେ ଗୁରୁଦ୍ୱାରକୁ ଯାଉଥିଲେ ତାଙ୍କୁ କିଛି ଖାଲିସ୍ତାନ ସମର୍ଥକ ଅଟକାଇଥିଲେ। ସେ ତାଙ୍କ କାରରେ ଥିଲେ। ସେ କାରରୁ ଓହ୍ଲାଇବାକୁ ଚେଷ୍ଟା କରିବା ମାତ୍ରେ କିଛି ଲୋକ କାରର କବାଟ ଧରିଥିଲେ ଏବଂ ତାଙ୍କୁ ଓହ୍ଲାଇବାକୁ ମଧ୍ୟ ଦେଇ ନ ଥିଲେ।
ଏଥର ବ୍ରିଟେନର ମୌଳବାଦୀ ଖାଲିସ୍ତାନୀ ସମର୍ଥକମାନେ ସମସ୍ତ ସୀମା ଅତିକ୍ରମ କଲେ। ଖାଲିସ୍ତାନୀ ସମର୍ଥକଙ୍କ ଏକ ଦଳ ଶୁକ୍ରବାର ବ୍ରିଟେନର ଭାରତୀୟ ହାଇ କମିଶନର ବିକ୍ରମ ଡୋରେଇସ୍ବାମୀଙ୍କୁ ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରରେ ପ୍ରବେଶ କରିବାକୁ ଅଟକାଇଥିଲେ। ସୂଚନାନୁସାରେ, ଖଲିସ୍ତାନ ସମର୍ଥକମାନେ ସୂଚନା ପାଇଥିଲେ ଯେ ଆଲବର୍ଟ ଡ୍ରାଇଭରେ ଗ୍ଲାସଗୋ ଗୁରୁଦ୍ୱାରର ଗୁରୁଦ୍ୱାର କମିଟି ସହିତ ଡୋରେଇସ୍ବାମୀ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସେ ଏଠାରେ ପହଞ୍ଚିବା ପରେ କିଛି ଲୋକ ତାଙ୍କ କାରକୁ ଘେରି ରହିଥିଲେ। ଘଟଣାସ୍ଥଳରେ ମଧ୍ୟ ସାମାନ୍ୟ ବାଦବିବାଦ ହୋଇଥିଲା। ପରିସ୍ଥିତିର ତତ୍ପରତାକୁ ବୁଝି ହାଇ କମିଶନର ସେଠାରୁ ଚାଲିଗଲେ।

Share