ପ୍ରଶାସନିକ ପଦରେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ଡା. ବିମଲଜିତ ସିଂ

ରିଚମଣ୍ଡ,୧୯।୭: ଭର୍ଜିନିଆ ଗଭର୍ଣ୍ଣର ଗ୍ଲେନ ୟଙ୍ଗକିନ ଭାରତୀୟ-ଆମେରିକୀୟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡା. ବିମଲଜିତ ସିଂ ସାନ୍ଧୁଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରମୁଖ ପ୍ରଶାସନିକ ପଦରେ ନିଯୁକ୍ତ କରିଛନ୍ତି। ଡା. ବିମଲଜିତ ଭର୍ଜିନିଆ କମନୱେଲଥ ୟୁନିଭରସିଟି ହେଲଥ ସିଷ୍ଟମ ଅଥରିଟିର ବୋର୍ଡ ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ପଦବୀରେ ଭାରତୀୟ ବଂଶୋଦ୍ଭବ ସାନ୍ଧୁ ରାଜ୍ୟର ସ୍ବାସ୍ଥ୍ୟ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ସୱାସ୍ଥ୍ୟ ବ୍ୟବସ୍ଥାର ସାମଗ୍ରିକ ଚିକିତ୍ସା, ମେଡିକାଲ ସ୍କୁଲ, ନର୍ସିଂ ସ୍କୁଲ, ଫାର୍ମାସି ବିଦ୍ୟାଳୟର ତଦାରଖ କରିବା ହେଉଛି ନିର୍ଦ୍ଦେଶକ ବୋର୍ଡର ଦାୟିତ୍ୱ।

Share