ନୀରବ ଶାହା ହେଲେ ଆମେରିକା ସିଡିସି ଉପନିର୍ଦ୍ଦେଶକ

ଓ୍ବାଶିଂଟନ,୧୫।୧: ଭାରତୀୟ ବଂଶୋଦ୍ଭବ ଡାକ୍ତର ନୀରବ ଡି. ଶାହା ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସି)ର ପ୍ରମୁଖ ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଜାତୀୟ ଜନସ୍ବାସ୍ଥ୍ୟ ସଂସ୍ଥାରେ ଏହା ଦ୍ୱିତୀୟ ସର୍ବୋଚ୍ଚ ପଦବୀ। ମହାମାରୀ ବିଶେଷଜ୍ଞ ଶାହା ଏବେ ମାଇନେ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ମାର୍ଚ୍ଚରୁ ସିଡିସି ନିର୍ଦ୍ଦେଶକ ରୋଚେଲେ ଓ୍ବାଲେନସ୍କିଙ୍କ ଅଧୀନରେ ନୂଆ ଦାୟିତ୍ୱ ତୁଲାଇବେ।

Share