‘ଚାଇନା ସହ ମୁକାବିଲା କରିବା ପାଇଁ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ୍‌ କରିବା ଜରୁରୀ’

ଓ୍ବାଶିଂଟନ୍‌,୩୦।୮: ଆମେରିକାରେ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବିଦାରୀ ଉପସ୍ଥାପନ କରୁଥିବା ଭାରତୀୟ ମୂଳ ବିବେକ ରାମାସ୍ବାମୀ କହିଛନ୍ତି ଯେ, ଭାରତ-ଆମେରିକାର ମଜଭୁତ୍‌ ସମ୍ପର୍କ, ଆମେରିକାର ଚାଇନା ଏବଂ ତାଇୱାନ ଉପରେ ନିର୍ଭରଶୀଳତାକୁ ଦୂର କରିପାରିବ। ସେ ଭାରତ, ଦକ୍ଷିଣ କୋରିଆ ଏବଂ ଜାପାନ ସହ ମଜଭୁତ୍‌ ସର୍ମ୍ପକର ଆହ୍ବାନ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଷ୍ଟ୍ରପତି ପଦ ପାଇଁ ପ୍ରାଥମିକ ବିତର୍କ ଆୟୋଜିତ ହୋଇଥିଲା। ସମସ୍ତ ପ୍ରାର୍ଥୀ ଏଥିରେ ଉତ୍ସାହର ସହ ସାମିଲ ହୋଇଥିଲେ। ବିତର୍କ ପରେ ୩୮ ବର୍ଷୀୟ ରାମାସ୍ବାମୀଙ୍କୁ ସମର୍ଥନ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ମଙ୍ଗଳବାର ରାମାସ୍ବାମୀ ତାଙ୍କର ଯୋଜନା ଏବଂ ବୈଦେଶିକ ନୀତି ଦୃଷ୍ଟିକୋଣରୁ ପ୍ରକାଶ କରିଛନ୍ତି। ଏହି ସମୟରେ ସେ ନିକ୍କି ହେଲିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ନିକଟରେ ବୈଦେଶିକ ନୀତି ପ୍ରସଙ୍ଗରେ ତାଙ୍କର ଅପାରଗତା ପାଇଁ ହେଲି ରାମାସ୍ବାମୀଙ୍କୁ ସମାଲୋଚନା କରିଥିଲେ।

 

Share