ବାଇଡେନ୍‌ଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି କେତେଜଣ ଭାରତୀୟ ମୂଳ ବାସିନ୍ଦା

ୱାଶିଂଟନ,୧୯ ।୧୧: ଆମେରିକାରେ ଏବେ ନୂଆ ରାଷ୍ଟ୍ରପତିଙ୍କ ଶାସନ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍ ଦେଶର ଶାସନ ଦାୟିତ୍ୱ ବହନ କରିବେ । ଏଥର କେତେଜଣ ମୂଳ ଭାରତୀୟଙ୍କୁ ବାଇଡେନଙ୍କ କ୍ୟାବିନେଟରେ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଭାରତୀୟ ମୂଳ ବାସିନ୍ଦା ତଥା ଆମେରିକାର ପୂର୍ବତନ ସର୍ଜନ ଜେନରାଲ ବିବେକ ମୂର୍ତ୍ତି ବାଇଡେନ-ହାରିସ ପ୍ରଶାସନର କ୍ୟାବିନେଟରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କୁ ସ୍ୱାସ୍ଥ୍ର‌୍ୟ ବିଭାଗ ମିଳିପାରେ ବୋଲି କୁହାଯାଉଛି । ଏହାସହ ଷ୍ଟାନଫୋର୍ଡ ୟୁନିଭର୍ସିଟିର ପ୍ରଫେସର ଅରୁଣ ମଜୁମଦାରଙ୍କୁ ଶକ୍ତି ମନ୍ତ୍ରୀ କରିପାରନ୍ତି ବାଇଡେନ । ସୂଚନାଯୋଗ୍ୟ, ବିବେକ ମୂର୍ତ୍ତି କୋଭିଡ-୧୯ ପରାମର୍ଶ ବୋର୍ଡର ସହଯୋଗୀ ଅଧ୍ୟକ୍ଷ ରହିଛନ୍ତି । କରୋନା ସମ୍ପର୍କିତ ତଥ୍ୟକୁ ନେଇ ସେ ବାଇଡେନଙ୍କର ନିକଟ ସହଯୋଗୀ ରହିଛନ୍ତି । ଅନ୍ୟପଟେ ବାଇଡେନ ୨୦ରୁ ଊର୍ଦ୍ଧ୍ୱ ମୂଳ ଭାରତୀୟ ଆମେରିକୀୟଙ୍କୁ ଏଜେନ୍ସି ରିଭ୍ୟୁ ଟିମ(ଏଆର୍‌ଟି)ରେ ସାମିଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଟିମ୍‌ର ନେତୃତ୍ୱ ନେଇଛନ୍ତି ।

Share