ଆମେ ଇସ୍ରାଏଲ ସହ ଅଛୁ, ହମାସ ଆକ୍ରମଣ ବିରୋଧରେ ଏକାଠି ହେଲେ ଆମେରିକାରେ ଥିବା ଭାରତୀୟ

ଓ୍ବାାଇଂଟନ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଲାଗିି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସଙ୍କ ଆକ୍ରମଣ ପରେ ଭାରତୀୟ ଆମେରିକୀୟମାନେ ଇସ୍ରାଏଲକୁ ସମର୍ଥନ କରିବାକୁ ବାହାରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିର ଦୁଇ ପ୍ରାର୍ଥୀ ନିକ୍କି ହେଲି ଏବଂ ବିବେକ ରାମସ୍ବାମୀଙ୍କ ସମେତ ଭାରତୀୟ-ଆମେରିକୀୟମାନେ କହିଛନ୍ତି ଯେ ଆମେ ଇସ୍ରାଏଲ ସହିତ ଅଛୁ।
ସୂଚନାଯୋଗ୍ୟ ଯେ ଆତଙ୍କବାଦୀ ସଂଗଠନ ହମାସ ଶନିବାର ସକାଳେ ଗାଜା ଠାରୁ ଇସ୍ରାଏଲ ସହର ଉପରେ ହଠାତ୍‌ ରକେଟ ମାଡୂ କରିଥିଲା। କେବଳ ଏତିକି ନୁହେଁ, ହମାସ ବନ୍ଧୁକଧାରୀମାନେ ମଧ୍ୟ ଇସ୍ରାଏଲ ସହରରେ ପ୍ରବେଶ କରି କିଛି ସାମରିକ ଗାଡି ଉପରେ ଆକ୍ରମଣ କରିଥିଲେ। ଅନେକ ଇସ୍ରାଏଲ ସେନା ମଧ୍ୟ ବନ୍ଧକ ହୋଇଥିଲେ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ହମାସର ପ୍ରମୁଖ ଭିତ୍ତିଭୂମିକୁ ଟାର୍ଗେଟ କରି ଅନେକ ପ୍ରତିଶୋଧ ପରାୟଣ ଆକ୍ରମଣ କରିଥିଲା। ଏହି ବିବାଦରେ ଏପର୍ଯ୍ୟନ୍ତ ସମୁଦାୟ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହାସହ ଲକ୍ଷ ଲକ୍ଷ ଲୋକେ ବାସ ହରାଇଲେଣି।

Share