ୱାଶିଂଟନ,୧୭।୧୦:ଭାରତୀୟ ଓ ଆମେରିକୀୟ ସୈନିକ ମାନଙ୍କ ମଧ୍ୟରେ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ଖେଳ ଶନିବାର ଅନୁଷ୍ଠିତ ହୋଇଛି। ବରଫ ଭାଙ୍ଗିବା କାର୍ଯ୍ୟକଳାପର ଅଂଶ ଭାବରେ ଉଭୟ ଦଳର ସୈନିକ ମାନଙ୍କ ମଧ୍ୟରେ କବାଡି , ଫୁଟବଲ ଏବଂ ଭଲିବଲ ର ମ୍ୟାଚ ଖେଳାଯାଇଛି। ଉଭୟ ଦେଶର ସଦସ୍ୟଙ୍କୁ ନେଇ ଚାରୋଟି ମିଶ୍ରିତ ଦଳ ମଧ୍ୟରେ ଖେଳ ହୋଇଥିଲା।ଏହି କ୍ରୀଡାର ଆୟୋଜନ ଦ୍ୱାରା ଉଭୟ ଦେଶର ସୈନିକଙ୍କ ମଧ୍ୟରେ ପରସ୍ପରକୁ ଅତି ନିକଟରୁ ଜାଣିବାରେ ସକ୍ଷମ ହୋଇଥିଲେ, ଯାହା ଆଗକୁ ଗୁଳି ଚଲାଇବା,ରାପେଲିଁ କରିବା ଆଦି କୌଶଳ ଶିଖିବାର ସହାୟକ ହେବ। ମିଳିତ ଜାତିସଂଘର ଆଦେଶ ଅନୁଯାୟୀ ଶୁକ୍ରବାର ଠାରୁ ଆମେରିକାର ଆଲାସ୍କାରେ ୧୪ ଦିନିଆ ଭାରତ ଆମେରିକାର ମିଳିତ ତାଲିମ ଅଭ୍ୟାସ କରାଯିବ। ଏହା ଭାରତ ଓ ଆମେରିକା ମଧ୍ୟରେ ମିଳିତ ୧୭ତମ ସଂସ୍କରଣ ଅଟେ।