ପ୍ୟାରିସ୍,୩୧।୭: ମହିଳା ବ୍ୟକ୍ତିଗତ ଆର୍ଚେରୀର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତର ଦୀପିକା କୁମାରୀ। ପ୍ୟାରିସ ଅଲିମ୍ପିକ୍ସ ମ୍ୟାଚରେ ଦୀପିକା ନେଦରଲ୍ୟାଣ୍ଡର କ୍ୱିଣ୍ଟି ରୋଫେନଙ୍କୁ ୬-୨ରେ ପରାସ୍ତ କରିଛନ୍ତି। ଦୀପିକାଙ୍କ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୩ରେ ଅନୁଷ୍ଠିତ ହେବ। କ୍ୱିଣ୍ଟିଙ୍କ ବିପକ୍ଷରେ ଦୀପିକା ୨-୧ରେ ଅଗ୍ରଣୀ ହାସଲ କରିଥିଲେ। ପ୍ରଥମ ସେଟରେ ଦୀପିକା ୨୯ ସ୍କୋର କରିଥିବାବେଳେ ନେଦରଲ୍ୟାଣ୍ଡର ପ୍ରତିଦ୍ୱନ୍ଦ୍ୱୀ ମାତ୍ର ୨୮ ସ୍କୋର କରିଥିଲେ।
ପ୍ରଥମ ସେଟରେ ଅଗ୍ରଣୀ ହାସଲ କରିବା ପରେ ଦୀପିକା ୨୭-୨୯ ସ୍କୋରରେ କ୍ୱିଣ୍ଟିଙ୍କୁ ଦ୍ୱିତୀୟ ସେଟ ହରାଇଲେ। ଏକ ସମୟରେ ଉଭୟଙ୍କ ମଧ୍ୟରେ ମ୍ୟାଚ ୨-୧ରେ ଚାଲିଥିଲା। ତେବେ ଦୀପିକା ତୃତୀୟ ସେଟରେ ପ୍ରତ୍ୟାବର୍ତ୍ତନ କରି ୪-୨ ଅଗ୍ରଣୀ ହାସଲ କରିଥିଲେ। ଦୀପିକା ୨୫ ସ୍କୋର କରିଥିବାବେଳେ କ୍ୱିଣ୍ଟି ମାତ୍ର ୧୭ ସ୍କୋର କରିପାରିଥିଲେ।