Categories: ଖେଳ

ଭାରତୀୟ ତୀରନ୍ଦାଜ ପ୍ରଥମେଶଙ୍କୁ ରୌପ୍ୟ

ହର୍ମୋସିଲୋ,୧୦ା୯: ବିଶ୍ୱକପ୍‌ ଫାଇନାଲରେ ଭାରତୀୟ ତୀରନ୍ଦାଜ ପ୍ରଥମେଶ ଜାକରଙ୍କ ଅଭିଯାନ ରୌପ୍ୟ ପଦକରେ ଶେଷ ହୋଇଛି। ଡେନମାର୍କର ମାଥିଆସ ଫୁଲରଟନଙ୍କଠାରୁ ସେ ଖୁବ୍‌ କମ୍‌ ବ୍ୟବଧାନରେ ହାରିଯାଇଥିଲେ। ସାଂଘାଇ ବିଶ୍ୱକପ୍‌ ବିଜେତା ଜାକର ବିଶ୍ୱର ନମ୍ବର ଓ୍ବାନ ତଥା ବର୍ତ୍ତମାନର ଚାମ୍ପିୟନ ମାଇକ୍‌ ସ୍କୋଲସେରଙ୍କୁ ୪ ମାସ ମଧ୍ୟରେ ଦ୍ୱିତୀୟ ଥର ପରାସ୍ତ କରିବା ସହ ଫାଇନାଲରେ ପ୍ରବେଶ କରିଥିଲେ। ସେ ଫଲ୍‌ଟନଙ୍କଠାରୁ ୧୪୮-୧୪୮ (୧୦-୧୦*) ହାରିଯାଇଥିଲେ। ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ତାଙ୍କ ତୀର ସେଣ୍ଟରଠାରୁ ନିକଟରଥିବାରୁ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ମହାରାଷ୍ଟ୍ରର ଏହି ତୀରନ୍ଦାଜ ସେମିଫାଇନାଲରେ ତ୍ରୁଟିଶୂନ୍ୟ ସମ୍ଭାବ୍ୟ ୧୫୦ରୁ ୧୫୦ ପଏଣ୍ଟ ଅଙ୍କ ଅର୍ଜନ କରିଥିଲେ। ସ୍କୋଲସେରଙ୍କୁ ସେ ଏକ ପଏଣ୍ଟ (୧୫୦-୧୪୯) ବ୍ୟବଧାନରେ ହରାଇ ଦେଇଥିଲେ। ତାଙ୍କର ଏହି ବିଜୟ ଦ୍ୱାରା ନେଦରଲାଣ୍ଡ ତୀରନ୍ଦାଜ ହ୍ୟାଟ୍ରୀକ୍‌ ବିଶ୍ୱକପ୍‌ ଟାଇଟଲ ହାସଲରୁ ବଞ୍ଚିତ ହୋଇଛନ୍ତି।

Share