ଶ୍ରୀନଗର,୨୬।୧୦: ଉତ୍ତର କଶ୍ମୀରରେ ସୀମାବର୍ତ୍ତୀ ଅଞ୍ଚଳରେ ଯବାନ ଏବଂ ଅତଙ୍କବାଦୀ ମୁହଁାମୁହିଁ ହୋଇଛନ୍ତି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀର ପୋଲିସ ସୂଚନା ଶେୟାର କରି କହିଛି ଯେ, କୁପଓ୍ବାଡା ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ମଚ୍ଛଲ ସେକ୍ଟରେ ଯବାନ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଯେଉଁଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସ କହିବାନୁଯାୟୀ, ବର୍ତ୍ତମାନ ଅନ୍ୟ ଆତଙ୍କବାଦୀଙ୍କୁ ବିରୋଧରେ ସର୍ଚ୍ଚ ଅପରେଶନ ଜାରି ରହିଛି।