Categories: ଜାତୀୟ

ବରଫ ଅତଡା ତଳେ ଫସିଥିବା ୭ ଜଣ ଯବାନଙ୍କ ମୃତଦେହ ଉଦ୍ଧାର

ଇଟାନଗର,୮।୨:ଅରୁଣାଚଳ ପ୍ରଦେଶର ଉଚ୍ଚ ପର୍ବତ ମାଳା କାମେଙ୍ଗ ସେକ୍ଟରରେ ବରଫ ତଳେ ଫସିଯାଇଥିବା ୭ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ,କାମେଙ୍ଗ ସେକ୍ଟରରେ ପ୍ୟାଟ୍ରୋଲିଂ ଚାଲୁଥିବା ବେଳେ ବରଫ ଅତଡା ଖସିବାରୁ ୭ ଯବାନ ତଳେ ରହିଯାଇଥିଲେ। ୨ ଦିନ ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି। ସମ୍ପୃକ୍ତ ଯବାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବରଫ ଅତଡା ତଳୁ ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ସୁରକ୍ଷାକର୍ମୀମାନେ ଜୋରଦାର ଉଦ୍ୟମ କରୁଥିଲେ। ଖରାପ ପାଗ ଯୋଗୁ ଯବାନଙ୍କୁ ଏଠାରେ କାମ କରିବାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଗତ କିଛିଦିନ ହେବ ଏଠାରେ ଲଗାତାର ତୁଷାରପାତ ହେଉଛି।

Share