ନୂଆଦିଲ୍ଲୀ,୨୦।୯: ସେନା ଦିବସ ଅବସରରେ ପ୍ରତିବର୍ଷ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେଉଥିବା ସେନା ଦିବସ ପରେଡ ଆସନ୍ତା ବର୍ଷ ଦିଲ୍ଲୀ ବାହାରେ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଭାରତୀୟ ସେନାଙ୍କ ଆର୍ମି ଡେ’ ପରେଡକୁ ସାଉଥ କମାଣ୍ଡ ଅଞ୍ଚଳକୁ ସ୍ଥାନାନ୍ତରିତ କରିବାକୁ ନିର୍ଣ୍ଣୟ ନିଆଯାଇଛି। ସୂଚନା ମୁତାବକ, ଦେଶକୁ ସ୍ବାଧୀନ ମିଳିବା ପରେ ସେନା ଦିବସ ଦିନରେ ଭାରତର ପ୍ରଥମ କମାଣ୍ଡର ଇନ୍ ଚିଫ୍ ବା ସେନାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ୧୯୪୯ ଜାନୁଆରୀ ୧୫ରେ ଲ୍ୟୁଟନାଣ୍ଟ ଜେନେରାଲ କେଏମ୍ କରିଅପ୍ପା ଅନ୍ତିମ ବ୍ରିଟିଶ କମାଣ୍ଡର ଇନ୍ ଚିଫ୍ ଭାବେ ଦାୟିତ୍ୱ କ୍ରହଣ କରିଥିଲେ। ସେହି ଦିନଠାରୁ ସେନା ଦିବସ ପାଳନ କରାଯାଇଥାଏ।