Categories: ଜାତୀୟ

ଡ୍ରାଗନକୁ ଦିଆଯିବ କଡା ଜବାବ, ଲଦ୍ଦାଖରେ ମୁତୟନ ହେଲେ ୧୫ ହଜାରରୁ ଊର୍ଦ୍ଧ୍ୱ ଯବାନ

ନୂଆଦିଲ୍ଲୀ,୨୪ ।୭: ପୂର୍ବ ଲଦ୍ଦାଖରେ ଚାଇନାର ଆକ୍ରମଣକୁ ରୋକିବାକୁ ଯାଇ ଭାରତୀୟ ସେନା ଆତଙ୍କବାଦୀ ବିରୋଧି ଅଭିଯାନ ପାଇଁ ଉଦ୍ଦିଷ୍ଟ ନିଜର ୟୁନିଟକୁ ଜମ୍ମୁ-କଶ୍ମୀରରୁ ପୂର୍ବ ଲଦ୍ଦାଖ ସେକ୍ଟରକୁ ଟ୍ରାନ୍ସଫର କରିଦେଇଛି । ଇଣ୍ଡିଆ ଟୁଡେର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀର ସ୍ଥିତ ଆତଙ୍କବାଦ ବିରୋଧି ସଙ୍ଗଠନଠାରୁ ପାଖାପାଖି ୧୫ ହଜାର ସେନାଙ୍କୁ କିଛି ମାସ ପୂର୍ବରୁ ଲଦ୍ଦାଖରେ ଚାଇନା ଆକ୍ରମଣର ମୁକାବିଲା କରିବାକୁ ନିଆଯାଇଥିଲା । ଲଦ୍ଦାଖ ସେକ୍ଟରରେ ଗତ କିଛି ମାସ ହେବ ସେନାଙ୍କୁ ମୁତୟନ କରାଯାଉଛି । ଆଉ ଏହି ଯବାନମାନେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଦ୍ୱାରା ଭବିଷ୍ୟତରେ ଯେ କୌଣସି ଆକ୍ରମଣର କଡା ଜବାବ ଦେବେ । ସୂଚନାଯୋଗ୍ୟ, ପୂର୍ବ ଲଦ୍ଦାଖରେ ଗତବର୍ଷ ଏପ୍ରିଲ ମାସରୁ ଚାଇନା ତା’ର ଚାଲାକି ଦେଖାଇ ଚାଲିଛି । କିଛିମାସ ଧରି ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ପରେ ଚାଇନା ସେନା ପଛକୁ ହଟିଥିଲେ । ହେଲେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଲଦ୍ଦାଖ ସୀମାରେ ଭାରତୀୟ ସେନା ସଂଖ୍ୟାରେ ବୃଦ୍ଧି କରାଯାଇଛି ।

Share