Categories: ଜାତୀୟ

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ଧ୍ରୁବାସ୍ତ୍ର: ଶତ୍ରୁ ଟ୍ୟାଙ୍କ ନିମିଷକେ ହେବ ଧ୍ୱଂସ

ନୂଆଦିଲ୍ଲୀ, ୨୨।୭: ଭାରତ ସୀମାରେ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଲଗାତାର ଉତ୍ତେଜନା ବୃଦ୍ଧି କରାଯିବା ଷଡ଼ଯନ୍ତ୍ର ଜାରି ରହିଛି। ଏପରିସ୍ଥଳେ ଦୁଇ ଶତ୍ରୁଙ୍କୁ କଡ଼ା ଜବାବ ଦେବା ଲାଗି ଭାରତୀୟ ସେନାରେ ଅତ୍ୟାଧୁନିକ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରକୁ ସାମିଲ କରାଯିବାର ଯୋଜନା ଚାଲିଛି। ଇତିମଧ୍ୟରେ ଏହାର ସଫଳ ପରୀକ୍ଷଣ ବିନା ହେଲିକପ୍ଟରରେ ଓଡ଼ିଶାର ବାଲେଶ୍ୱର ଜିଲାରେ ଥିବା କ୍ଷେପଣାସ୍ତ୍ର ଘାଟିରେ ଜୁଲାଇ ୧୫ ଏବଂ ୧୬ରେ ସମ୍ପନ୍ନ ହୋଇଛି। ପୂର୍ବରୁ ଏହାର ନାମ ନାଗ କ୍ଷେପଣାସ୍ତ୍ର ରଖାଯାଇଥିଲା। ତେବେ ଏବେ ଏହାକୁ ଅଧିକ ବିକଶିତ କରାଯାଇ ଏହାର ନାମ ଧ୍ରୁବାସ୍ତ୍ର ରଖାଯାଇଛି। ଏହା ଭାରତୀୟ ହେଲିକପ୍ଟର ଧ୍ରୁବ ଦ୍ୱାରା ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ଏହାର ଲକ୍ଷ୍ୟଭେଦ କ୍ଷମତା ୪ କିମି ରହିଛି। ଏହା ଦିନ ସହିତ ରାତିରେ ମଧ୍ୟ ସଫଳତାର ସହିତ କାର୍ଯ୍ୟ କରିବାକୁ ସକ୍ଷମ। ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ ପରେ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।

Share