ନୂଆଦିଲ୍ଲୀ,୯।୭: କିଛିଦିନ ପୂର୍ବରୁ ଭାରତ ସରକାର ୫୯ଟି ଚାଇନା ଆପ୍ ବ୍ୟାନ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସରକାରଙ୍କ ପରେ ଭାରତୀୟ ସେନା ମଧ୍ୟ ୮୯ଟି ଆପ୍କୁ ବ୍ୟାନ୍ କରିଛି। ଯବାନଙ୍କୁ ନିଜ ଫୋନରୁ ଏହି ଆପ୍ଗୁଡିକୁ ଡିଲିଟ୍ କରିବା ପାଇଁ ଭାରତୀୟ ସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆପ୍ଗୁଡିକ ମଧ୍ୟରେ ଫେସ୍ବୁକ୍, ପବଜୀ, ଇନ୍ଷ୍ଟାଗ୍ରାମ, ଟ୍ରୁକଲର୍ ରହିଛି। ଏହାସହ ଟିଣ୍ଡର ଭଳି ଡେଟିଂ ଆପ୍ ଏବଂ ସମାଚାର ଆପ୍ସ ଡେଲିହଣ୍ଟ୍କ ମଧ୍ୟ ଡିଲିଟ୍ କରିବାକୁ କୁହାଯାଉଛି। ଦେଶର ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ବ୍ୟାନ୍ କରାଯାଇଥିବା ଆପ୍ ଗୁଡିକରେ ଡାଟା ଲିକ୍ ସମ୍ଭାବନା ଥିବାରୁ ସେନା ଯବାନଙ୍କୁ ଏହି ଆପ୍ ଗୁଡିକୁ ଡିଲିଟ୍ କରିଦିଆଯାଇଛି।