ପାକିସ୍ତାନକୁ ଭୁଲ୍‌ରେ ପଶିଗଲା ଭାରତୀୟ ସେନା ଡ୍ରୋନ୍‌

ନୂଆଦିଲ୍ଲୀ,୨୪ା୮: ଭାରତୀୟ ସେନାର ଏକ ପର୍ଯ୍ୟବେକ୍ଷଣ ଡ୍ରୋନ୍‌ ଭୁଲ୍‌ ବଶତଃ ଜମ୍ମୁ-କଶ୍ମୀରର ରାଜେରୀ ସେକ୍ଟରରୁ ଏଲ୍‌ଓସି ଅତିକ୍ରମ କରି ପାକିସ୍ତାନକୁ ପଶିଯାଇଥିଲା। ଅଗଷ୍ଟ ୨୩ ସକାଳ ୯ଟା ୩୦ରେ ଏହି ଘଟଣା ଘଟିଛି। ତେବେ ପାକିସ୍ତାନ ସେନା ଏହି ଡ୍ରୋନ୍‌ଟିକୁ ପାଇଥିବା ଜଣାପଡ଼ିଛି।


ସୂଚନାନୁଯାୟୀ, ଭାରତୀୟ ସେନାର ଏହି ଡ୍ରୋନ୍‌ ରୁଟିନ ସର୍ଭେଲାନ୍ସ ମିଶନରେ ଥିବାବେଳେ ଭୁଲ୍‌ରେ ପାକିସ୍ତାନ ସୀମାକୁ ପଶିଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ପଶି ଯାଇଥିଲା। ଭାରତୀୟ ସେନା ଉକ୍ତ ପ୍ରସଙ୍ଗରେ ପାକିସ୍ତାନ ସେନା ସହ ଆଲୋଚନା କରିବ ବୋଲି ଜଣାପଡ଼ିଛି।

Share