Posted inଜାତୀୟ

Indian Army Fitness Policy: ସେନାରେ ବଢୁଛି ମେଦବହୁଳଙ୍କ ସଂଖ୍ୟା, ନିଆଯିବ କଡ଼ା ପଦକ୍ଷେପ…

ନୂଆଦିଲ୍ଲୀ,୨୯।୧ : ପରିବର୍ତ୍ତିିତ ଜୀବନ ଶୈଳୀ ଯୋଗୁ ଅଧିକାରୀଙ୍କ ମଧ୍ୟରେ ଶାରୀରିକ ମାନ ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ନୂତନ ଫିଟନେସ ନୀତି ଆପଣେଇଛି। ଏହି ନୂତନ ନୀତି ଅନୁଯାୟୀ ସାମରିକ ଅଧିକାରୀମାନଙ୍କୁ ଏକ ନୂତନ ପରୀକ୍ଷା ଦେବାକୁ ପଡିବ। ଏଥିରେ ସେନା ଅଧିକାରୀ ଯେଉଁମାନେ ନୂତନ ମାନଦଣ୍ଡ ପୂରଣ କରୁନାହାନ୍ତି ସେମାନଙ୍କୁ ଉନ୍ନତି ପାଇଁ ୩୦ ଦିନ ସମୟ ଦିଆଯିବ ଏବଂ ଯଦି ଏହି ସମୟ ମଧ୍ୟରେ ସେମାନଙ୍କର ଶାରୀରିକ ସୁସ୍ଥତା କ୍ଷେତ୍ରରେ କୌଣସି ଉନ୍ନତି ନ ହୁଏ, ତେବେ ସେମାନଙ୍କ ଛୁଟି ହ୍ରାସ ଭଳି ପଦକ୍ଷେପ ନିଆଯାଇପାରେ । ସେନାରେ ମେଦବହୁଳଙ୍କ ସଂଖ୍ୟା ବଢୁଥିବାରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନୂତନ ନିୟମ ଅନୁଯାୟୀ ପ୍ରତ୍ୟେକ ସୈନିକଙ୍କୁ ଆର୍ମି ଫିଜିକାଲ ଫିଟନେସ ଆସେସମେଣ୍ଟ (ଏପିଏସି) କାର୍ଡ ପ୍ରସ୍ତୁତ ରଖିବାକୁ ପଡ଼ିବ। ଏହି ନୂତନ ପରିବର୍ତ୍ତନ ଅନୁଯାୟୀ, ପ୍ରତି ତିନିମାସରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ କମାଣ୍ଡିଂ ଅଫିସରଙ୍କ ବଦଳରେ ବ୍ରିଗେଡିୟର୍‌ ର଼୍ୟାଙ୍କର ଅଧିକାରୀ ନଜର ରଖିବେ।

ପରୀକ୍ଷା ପ୍ରକ୍ରିୟାରେ ସମାନତା ଆଣିବା ଏବଂ ଜୀବନଶୈଳୀ ଯୋଗୁ ଶାରୀରିକ ସମସ୍ୟା ହେବାର ଆଶଙ୍କା ମଧ୍ୟରେ ସାମରିକ ଅଧିକାରୀଙ୍କ ମେଦବହୁଳତା କିମ୍ବା ଶାରୀରିକ ଅଯୋଗ୍ୟତାର ସମାଧାନ କରିବାକୁ ନୂତନ ନୀତିରେ ଲକ୍ଷ୍ୟ ରଖାଯାଇଛି।

ପ୍ରଚଳିତ ନିୟମ ଅନୁଯାୟୀ, ପ୍ରତି ତିନି ମାସରେ ଯୁଦ୍ଧ ଶାରୀରିକ ଦକ୍ଷତା ପରୀକ୍ଷା (ବିପିଇଟି) ଏବଂ ଶାରୀରିକ ଦକ୍ଷତା ପରୀକ୍ଷା (ପିପିଟି) କରାଯାଉଛି। ବିପିଇଟି ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କୁ ୫ କିଲୋମିଟର ଦୌଡିବାକୁ, ୬୦ମିଟର ସ୍ପ୍ରିଣ୍ଟ କରିବାକୁ, ଦଉଡି ସାହାଯ୍ୟରେ ଚଢ଼ିବାକୁ ଏବଂ ନିର୍ଦ୍ଦିଷ୍ଟ ସମୟରେ ୯ ଫୁଟ ଗର୍ତ୍ତ ଅତିକ୍ରମ କରିବାକୁ ପଡିଥାଏ। ଏହି ସମସ୍ତ ପରୀକ୍ଷଣରେ, ସାମରିକ କର୍ମଚାରୀଙ୍କ ବୟସ ଅନୁଯାୟୀ ସମୟ ସ୍ଥିର କରାଯାଇଥାଏ ।

ଖବର ଅନୁଯାୟୀ, ଫିଟନେସ ପରୀକ୍ଷଣର ନୂତନ ନିୟମ ଅନୁଯାୟୀ ବ୍ରିଗେଡିୟର୍‌ ର଼୍ୟାଙ୍କର ଅଧିକାରୀ ଦୁଇ କଲୋନେଲ ଏବଂ ଜଣେ ମେଡିକାଲ ଅଫିସରଙ୍କ ପ୍ରତି ତିନିମାସରେ ସେନା କର୍ମଚାରୀଙ୍କ ଫିଟନେସ ପରୀକ୍ଷା କରିବେ। ବିପିଇଟି ଏବଂ ପିପିଟି ବ୍ୟତୀତ ସୈନିକମାନଙ୍କୁ ମଧ୍ୟ କିଛି ନୂତନ ପରୀକ୍ଷା ଦେବାକୁ ପଡିବ। ଏଥିରେ ୧୦ କିଲୋମିଟରର ସ୍ପିଡ ମାର୍ଚ୍ଚ ଏବଂ ପ୍ରତି ୬ ମାସରେ ୩୨କିଲୋମିଟରର ଏକ ରୁଟ ମାର୍ଚ୍ଚ ଅନ୍ତର୍ଭୁକ୍ତ । ଏହା ସହିତ ୫୦ ମିଟର ସନ୍ତରଣ ପରୀକ୍ଷା ମଧ୍ୟ ଦେବାକୁ ପଡିବ ।

ସମସ୍ତ ସୈନିକଙ୍କୁ ଆର୍ମି ଫିଜିକାଲ ଆସେସମେଣ୍ଟ କାର୍ଡ ପ୍ରସ୍ତୁତ ରଖିବାକୁ ପଡିବ ଏବଂ ୨୪ ଘଣ୍ଟା ମଧ୍ୟରେ ପରୀକ୍ଷା ଫଳାଫଳ ଦାଖଲ କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri