Categories: ଜାତୀୟ

ଭାରତୀୟ ସେନାରେ ୯,୭୧୨ ଅଫିସର-ଲକ୍ଷେରୁ ଅଧିକ ସୈନିକ କମ୍‌ ଅଛନ୍ତି…

ନୂଆଦିଲ୍ଲୀ,୨୭।୭: ଭାରତୀୟ ସେନାରେ ୯,୭୧୨ ଅଫିସର ଏବଂ ପ୍ରାୟ ୧ ଲକ୍ଷ ୯ ହଜାର ସୈନିକ କମ୍‌ ରହିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନାରେ ୭,୯୧୨ ଅଧିକାରୀ ଏବଂ ୯୦,୬୪୦ ସୈନିକ ପଦବୀ ଖାଲି ରହିଛି। ସେଥିମଧ୍ୟରୁ ବାୟୁସେନାରେ ୬୧୦ ଅଧିକାରୀ ଏବଂ ୭,୧୦୪ ସୈନିକ ପଦବୀ ଖାଲି ଅଛି। ନୌସେନାରେ ୧,୧୯୦ ଅଧିକାରୀ ପଦବୀ ଏବଂ ୧୧,୯୨୭ ସୈନିକ ପଦବୀ ଖାଲି ଅଛି। ଏହା ବ୍ୟତୀତ ମେଡିକାଲ ଏବଂ ଡେଣ୍ଟାଲ ଶାଖାରେ ୪୪୪ଟି ଅଫିସର ଏବଂ ୧,୨୦୬ ଟି ଅଣ-ଅଫିସର ପଦବୀ ଖାଲି ରହିଛି। ଖାଲିଥିବା ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସେନା ବାହିନୀରେ ଯୋଗଦେବା ଲାଗି ଭାରତୀୟ ସେନାର ପ୍ରତିଛବି ର୍ନିମାଣ, କ୍ୟାରିୟର ମେଳା, ପ୍ରଦର୍ଶନୀ ଏବଂ ପ୍ରଚାର ଅଭିଯାନର ଆୟୋଜନ କରାଯାଇ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ପ୍ରୟାସ ହେଉଛି। ଯୁବକମାନଙ୍କୁ ସେନାରେ ଯୋଗଦେବାକୁ ଉତ୍ସାହିତ କରାଯାଉଛିି। ଏଥିପାଇଁ ବିଦ୍ୟାଳୟ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଏବଂ ନ୍ୟାସନାଲ କ୍ୟାଡେଟ କର୍ପସର କ୍ୟାମ୍ପରେ ପ୍ରେରଣାଦାୟକ ବକ୍ତୃତା ନିୟମିତ ଭାବରେ ଆୟୋଜିତ ହେଉଛି। ସେନାରେ ପଦୋନ୍ନତିର ବ୍ୟବସ୍ଥାକୁ ବିକଶିତ଼ କରିବା ଓ ଖାଲିଥିବା ପଦବୀ ପୂରଣ କରିବା ସହିତ ସଶସ୍ତ୍ର ବାହିନୀରେ ଚାକିରିକୁ ଆକର୍ଷଣୀୟ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

Share