Categories: ଜାତୀୟ

ଭାରତକୁ ବଡ ସଫଳତା: ଚାଇନା ସୀମାରେ ୬ ପାହାଡକୁ କଲା ଦଖଲ

ନୂଆଦିଲ୍ଲୀ, ୨୦।୯: ପୂର୍ବ ଲଦାଖର ଚାଇନା ସୀମାରେ ଭାରତୀୟ ସେନା ବଡ ସଫଳତା ହାସଲ କରିଛି। ଗତ ୨୦ ଦିନ ମଧ୍ୟରେ ଭାରତୀୟ ସେନା ଚାଇନା ସୀମାରେ ୬ଟି ପାହାଡ ଦଖଲ କରି ପିପୁଲ୍ସ ଲିବରେସନ ଆର୍ମିର ଯୋଜନାକୁ ପଣ୍ଡ କରି ଦେଇଛି। ଭାରତୀୟ ସେନା ଉପରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଚାଇନା ସେନା ଏହି ପାହାଡଗୁଡ଼ିକୁ କାବୁ କରିବାକୁ ଚାହୁଁଥିଲା। ଏହ ୬ଟି ବଡ ପାହାଡ ଗୁଡିକ ମଧ୍ୟରେ ମାଗର ହିଲ, ଗୁରୁଙ୍ଗ ହିଲ, ରେଜାଙ୍ଗ ଲା ରାଖାନା ଲା, ମୋଖପାରୀ ଏବଂ ଫିଙ୍ଗର ୪ ରିଜ ଲାଇନରେ ଥିବା ଏକ ପାହାଡ ରହିଛି। ସୂତ୍ରରୁ ପ୍ରକାଶ ଯେ ଭାରତୀୟ ଏବଂ ଚାଇନା ସେନାବାହିନୀ ମଧ୍ୟରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ଚାଇନା ସେନାର ପାହାଡକୁ କାବୁ କରିବାକୁ ଉଦ୍ୟମକୁ ରୋକିବା ପାଇଁ ପ୍ୟାଙ୍ଗଙ୍ଗର ହ୍ରଦର ଦକ୍ଷିଣ ପଟେ ଅତି କମରେ ଭାରତୀୟ ସୈନ୍ୟ ତିନିଥର ଏୟାର ଫାୟାରିଂ କରିବାକୁ ପଡୁଥିଲା।

Share