Categories: ଜାତୀୟ

ଯେ କୌଣସି ସ୍ଥିିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା

ନୂଆଦିଲ୍ଲୀ,୧୨।୧: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରାଓ୍ବଣେ କହିଛନ୍ତି ଯେ, କେବଳ ପୂର୍ବ ଲଦାଖ ନୁହେଁ ସମ୍ପୂର୍ଣ୍ଣ ଏଲ୍‌ଏସିରେ ଯେ କୌଣସି ସ୍ଥିିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି। ପାକିସ୍ତାନ ଏବଂ ଚାଇନା ପକ୍ଷରୁ ଜାଣିଶୁଣି ଏଲ୍‌ଓସି ତଥା ଏଲ୍‌ଏସିରେ ଖରାପ ସ୍ଥିତି ସୃଷ୍ଟି କରାଯାଉଛି। ଦେଶର ଉତ୍ତରସୀମାରେ ଭାରତୀୟ ସେନା ହାଇ ଆଲର୍ଟରେ ରହିଛନ୍ତି। ୨୦୨୦ ବର୍ଷ ଭାରତୀୟ ସେନା ଲାଗି ଆହ୍ବାନ ମୂଳକ ଥିଲା। ସୀମାରେ ଉତ୍ତେଜନା ସହିତ କରୋନା ମହାମାରୀ ସଙ୍କଟ ମଧ୍ୟ ଥିଲା। ତେବେ ସେନା ପକ୍ଷରୁ ସଫଳତାର ସହିତ ଏହାର ମୁକାବିଲା କରାଯାଇଥିଲା। ଦେଶର ସୁରକ୍ଷା ଦୃଷ୍ଟିରୁ ସେନାର ଆଧୁନିକିକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ସୀମାରେ ଅନୁପ୍ରବେଶ ରୋକିବା ଲାଗି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହିତ ଅନ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

Share