ଭାରତୀୟ ସ୍ଥଳ ସେନାରେ ବାହାରିଲା ନିଯୁକ୍ତି, ଏମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ, ୮ା୬: ଭାରତୀୟ ସ୍ଥଳସେନାରେ ଚାକିରି ଖୋଜୁଥିବା ଆଶାୟୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଖାଲି ଥିବା ପଦବୀ ପାଇଁ ଭାରତୀୟ ସେନା ଦେଶର ବିଭିନ୍ନ ସ୍ଥାନରେ ରାଲିର ଆୟୋଜନ କରୁଛି। ଯଦି ଆପଣ ଭାରତୀୟ ସ୍ଥଳ ସେନାରେ ଯୋଗଦେବାକୁ ଆଗ୍ରହୀ, ତେବେ ଆପଣ ଭାରତୀୟ ସେନାର ଅଫିସିଆଲ ୱେବସାଇଟ, joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ସେନା ବାହିନୀରେ କେଉଁ କେଉଁ ପଦବୀ ଖାଲି ରହିଛି ସେ ସମସ୍ତ ସୂଚନା ପାଇଁ ଆପଣ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ବିସ୍ତୃତ ରାଲରି କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ ।

ଭାରତୀୟ ସେନାର ଏହି ନିଯୁକ୍ତି ରାଲି ମାଧ୍ୟମରେ ଅନେକ ପଦବୀ ପୂରଣ ହେବାକୁ ଯାଉଛି। ଯଦି ଆପଣ ମଧ୍ୟ ଭାରତୀୟ ସେନାରେ ଯୋଗ ଦେଇ ଦେଶର ସେବା କରିବାକୁ ଚାହାଁନ୍ତି, ତେବେ ବିଜ୍ଞପ୍ତିରେ ଦିଆଯାଇଥିବା ତାରିଖ ଅନୁଯାୟୀ ଆପଣ ନିଯୁକ୍ତି ରାଲିରେ ଯୋଗଦାନ କରିପାରିବେ। ଏଥିପାଇଁ ଆପଣଙ୍କୁ ନିର୍ଦ୍ଧାରିତ ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ ।

ଭାରତୀୟ ସେନା ରାଲିରେ ଯୋଗଦେବା ପାଇଁ ଯୋଗ୍ୟତା-
ଯେଉଁ ଆଶାୟୀ ସେନାର ଏହି ପଦବୀ ଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେ ନିଶ୍ଚିତ ଭାବରେ କୌଣସି ସ଼୍ବୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଆବଶ୍ୟକ।

ଭାରତୀୟ ସେନାରେ ଏହିପରି ଚୟନ ହୁଏ –
ଭାରତୀୟ ସେନାରେ ଚାକିରି ପାଇବାକୁ ଆଗ୍ରହୀ ଆଶାୟୀମାନେ ଭାରତୀୟ ସେନା ନିଯୁକ୍ତି ରାଲି ପାଇଁ ଦିଆଯାଇଥିବା କାର୍ଯ୍ୟସୂଚୀ ଏବଂ ବିଜ୍ଞପ୍ତି ଯାଞ୍ଚ କରିବା ଜରୁରୀ । ଭାରତୀୟ ସେନା ରାଲି ୨୦୨୪ରେ ଯୋଗଦେଉଥିବା ଆଶାୟୀଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ବା ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ପାସ୍‌ କରିବାକୁ ପଡିବ । ସେନା ବିଭାଗରେ କ୍ଲର୍କ, ଟ୍ରେଡସ୍‌ମ୍ୟାନ୍‌, ଟେକ୍ନିକାଲ୍‌ ଆଦି ପଦ ପାଇଁ ଯୋଗ୍ୟ ଆବଦନକାରୀଙ୍କୁ ରାଲିରେ ଯୋଗଦେବା ପାଇଁ ସୁଯୋଗ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri